ସନସ୍କ୍ରିନ୍‌ ଲଗାଇବା ସମୟରେ କରି ବସନ୍ତୁ ନାହିଁ ଏପରି ଭୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 6, 2019

ସନସ୍କ୍ରିନ୍‌ ଲଗାଇବା ସମୟରେ କରି ବସନ୍ତୁ ନାହିଁ ଏପରି ଭୁଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଘରୁ ବାହାରିବା ପୂର୍ବରୁ ସନସ୍କ୍ରିନ୍‌ ଲଗାଇବାକୁ ବିୟୁଟିସିଆନ ସବୁବେଳେ ଉପଦେଶ ଦେଇଥାନ୍ତି। ଅନ୍ୟ ଦିନ ଅପେକ୍ଷା ଖରା ଦିନେ ଏହାର ଗୁରୁତ୍ୱ ଅଧିକ ବଢିଯାଏ। ସନ୍‌ସ୍କ୍ରିନ୍‌ ଲୋଶନରେ ଥିବା ଏସପିଏଫ୍‌ ତ୍ୱଚାକୁ ସୂର୍ଯ୍ୟଙ୍କ ହାନିକାରକ କିରଣରୁ ରକ୍ଷା କରିଥାଏ। ବହୁତ ଲୋକ ସନସ୍କ୍ରିନ୍‌ ବ୍ୟବହାର କରୁନଥିବାରୁ ସେମାନଙ୍କ ତ୍ୱଚା ଉପରେ ସୂର୍ଯ୍ୟଙ୍କ ବାଇଗଣି ରଶ୍ମୀ କୁପ୍ରଭାବ ପକାଇଥାଏ।  ଏହି କାରଣରୁ ବହୁ ତ୍ୱଚା ସମ୍ୱନ୍ଧିତ ସମସ୍ୟା ଦେଖାଦେଇଥାଏ।

ବହୁ ଲୋକ ତ୍ୱଚାରେ ନିୟମିତ ଭାବେ ସନସ୍କ୍ରିନ ଲଗାଇଥାନ୍ତି,  କିନ୍ତୁ ଏହାର ଠିକ୍‌ ବ୍ୟବହାର ସମ୍ପର୍କରେ ଜାଣି ନ ଥାନ୍ତି। ଠିକ୍‌ ଭାବେ ବ୍ୟବହାର କରୁନଥିବାରୁ ଏହାର ଲାଭ ଉଠାଇ ପାରି ନ ଥାନ୍ତି। ଆସନ୍ତୁ ଜାଣିବା, ସନସ୍କ୍ରିନ୍‌ ଲଗାଇବା ସମୟରେ କେଉଁ ପ୍ରକାର ଭୁଲ ଆପଣ କରି ବସନ୍ତି ଓ କିପରି ଏହାକୁ ଏଡାଇ ପାରିବେ।

ଖରାର କୋପ ସହ ବ୍ୟାକ୍ଟେରିଆ କବଳରୁ ବି ରକ୍ଷା କରିଥାଏ :  ସାଧାରଣତଃ  ଯୁବତୀ ଓ ମହିଳାମାନେ ପ୍ରତିଦିନ ବାହାରକୁ ଯିବା ପୂର୍ବରୁ ସନସ୍କ୍ରିନ୍‌ର ବ୍ୟବହାର କରିଥାନ୍ତି। ବହୁ ଜଣ ସବୁ ଦିନ ସନସ୍କ୍ରିନ୍‌ ବ୍ୟବହାର ନ କରିବାକୁ ଉପଦେଶ ଦେଇଥାନ୍ତି। ହେଲେ ଏହା ଆପଣଙ୍କ ତ୍ୱଚାକୁ ବ୍ୟାକ୍ଟେରିଆ ଓ କିଟାଣୁଙ୍କ କବଳରୁ ମଧ୍ୟ ରକ୍ଷା କରିଥାଏ। ଏହାବ୍ୟତୀତ ଅତ୍ୟଧିକ ଗରମ ହେବା କାରଣୁ ହେଉଥିବା ଜଳାପୋଡାରୁ ବି ରକ୍ଷା ମିଳିଥାଏ।

ଅଧିକ ଏସପିଏଫ୍‌ ଅର୍ଥ ନୁହେଁ  ଅଧିକ ସମୟ ଖରାରେ ରହିବା: ବହୁ ଲୋକଙ୍କର ଏପରି ଭାବନା ରହି ଯାଇଛି ଯେ, ଅଧିକ ଏସପିଏଫ୍‌ ଥିବା ସନସ୍କ୍ରିନ୍‌ ଲଗାଇବା ଦ୍ୱାରା ଆପଣ ଅଧିକ ସମୟ ଖରାରେ ବୁଲି ପାରିବେ। । କିନ୍ତୁ ଏପରି ଭାବନା ଭୁଲ। ଏପରି କରିବା ଦ୍ୱାରା ସନ୍‌ବର୍ଣ୍ଣ ପରି ସମସ୍ୟା ଦେଖାଦେଇଥାଏ। ଏହାସହ ତ୍ୱଚାରେ ଆହୁରି ବହୁତ ସମସ୍ୟା ଦେଖାଦେଇଥାଏ।

 

ଏକ୍ସପାରୀ ନ ଦେଖି ବ୍ୟବହାର କରିବା:  କିଛି ଲୋକ  ସନସ୍କ୍ରିନ୍‌ ବ୍ୟବହାର କରିବା ସମୟରେ ଏହାର ଏକ୍ସପାରି ଡେଟ ଦେଖିବାକୁ ଭୁଲି ଯାଇଥାନ୍ତି। ଏହା କରିବା ସ୍କିନ୍‌ ଲାଗି ବହୁ ହାନିକାରକ ହୋଇଥାଏ ଓ ବିଭିନ୍ନ ସମସ୍ୟା ବାହାରିଥାଏ। ତେଣୁ ସବୁବେଳେ ଏକ୍ସପାରି ଚେକ୍‌ କରିବା ପରେ ହିଁ ଏହାକୁ ବ୍ୟବହାର କରନ୍ତୁ।

ସୁଇମିଂ ପୁଲକୁ ଯିବା ପୂର୍ବରୁ କରନ୍ତୁ ବ୍ୟବହାର :  ଯେଉଁମାନେ ସୁଇମିଂ କରନ୍ତି, ସେମାନଙ୍କୁ ବି ସନସ୍କ୍ରିନ୍‌ ବହୁତ ଫାଇଦା ଦେଇଥାଏ। କିନ୍ତୁ ବହୁତ ଲୋକଙ୍କର ଏ ବିଷୟରେ କିଛି ଧାରଣା ନାହିଁ। ପୁଲ୍‌କୁ ଯିବାର ଅଧ ଘଣ୍ଟା ପୂର୍ବରୁ ସନ୍‌ସ୍କ୍ରିନ୍‌ ଲଗାନ୍ତୁ।



from Odisha Reporter http://bit.ly/2wI6kDg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages