ମଜୁରିଆଙ୍କ ଅପେକ୍ଷା ଅଧିକ ଖଟୁଛନ୍ତି କିଏ? ସର୍ଭେ ରିପୋର୍ଟ କଲା ବଡ଼ ଖୁଲାସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 6, 2019

ମଜୁରିଆଙ୍କ ଅପେକ୍ଷା ଅଧିକ ଖଟୁଛନ୍ତି କିଏ? ସର୍ଭେ ରିପୋର୍ଟ କଲା ବଡ଼ ଖୁଲାସା

ନୂଆଦିଲ୍ଲୀ: ପାଠ ପଢ଼ି ଚାକିରି କଲେ ଦିନ ମଜୁରିଆଙ୍କ ତୁଳନାରେ କମ୍ ପରିଶ୍ରମ କରିବାକୁ ପଡ଼ିଥାଏ। ସାଧାରଣତଃ ଏଭଳି ଧାରଣା ଆମ ସମସ୍ତଙ୍କ ମନରେ ରହିଛି। ହେଲେ ଏବେ ଜାତୀୟ ଶାମ୍ପୁଲ ସର୍ଭେ ସଂସ୍ଥା ଏକ ସର୍ବେକ୍ଷଣ କରି ଏହି ପ୍ରସଙ୍ଗରେ ରିପୋର୍ଟ ପ୍ରକାଶ କରିଛି। ଯାହା ପଢ଼ିଲେ ଆପଣ ବି ଚକିତ ହୋଇଯିବେ।

ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଦେଶରେ ବିଭିନ୍ନ ଘରୋଇ ଓ ସରକାରୀ ଚାକିରୀ କରୁଥିବା ବ୍ୟକ୍ତିଙ୍କ ତୁଳନାରେ କମ୍ ପରିଶ୍ରମ କରୁଛନ୍ତି ଦିନ ମଜୁରିଆ। ଚାକିରିଆ ପ୍ରତି ସପ୍ତାହରେ ୬୦ ଘଣ୍ଟାରୁ ଅଧିକ ପରିଶ୍ରମ କରୁଥିବା ବେଳେ ଦନ ମଜୁରିଆ ୪୯ ଘଣ୍ଟାରୁ କମ୍ କାମ କରୁଛନ୍ତି।ଆଉ ନିଜେ ବ୍ୟବସାୟ କରୁଥିବା ବ୍ୟକ୍ତି ପାଖାପାଖି ୫୮ ଘଣ୍ଟା କାମ କରୁଥିବା ଜଣାପଡ଼ିଛି।

ତେବେ ସହର ମାନଙ୍କରେ ପୁରୁଷ ମାନେ ସପ୍ତାହରେ ୬୦ ଘଣ୍ଟାରୁ ଅଧିକ ସମୟ ପରିଶ୍ରମ କରୁଥିବା ବେଳେ ମହିଳା ମାନେ ୫୨ ଘଣ୍ଟାରୁ ୫୩ ଘଣ୍ଟା ମଧ୍ୟରେ ପରିଶ୍ରମ କରୁଥିବା ଜଣାପଡ଼ିଛି। ତେବେ ଗାଁ ଗୁଡ଼ିକରେ ପୁରୁଷ ମାନେ ମହିଳାଙ୍କ ତୁଳନାରେ ଅଧିକ ଆଠ ଘଣ୍ଟା ପରିଶ୍ରମ କରୁଥିବା ଜଣାପଡ଼ିଛି।



from Odisha Reporter http://bit.ly/2WpXSD6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages