ଦନ୍ତା ହାତୀ ମୃତ୍ୟୁ ଘଟଣାରେ ଦୁଇ ବନ କର୍ମଚାରୀ ନିଲମ୍ୱନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 6, 2019

ଦନ୍ତା ହାତୀ ମୃତ୍ୟୁ ଘଟଣାରେ ଦୁଇ ବନ କର୍ମଚାରୀ ନିଲମ୍ୱନ

ନୀଳଗିରି(ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟଣାରେ ଦୁଇ ଜଣ ବନ କର୍ମଚାରୀଙ୍କୁ ନିଲମ୍ୱନ କରାଯାଇଛି। ସେମାନେ ହେଲେ କୁଳଡିହା ଫୋରେଷ୍ଟେର କିଶୋରଚନ୍ଦ୍ର ଭୁଆଁ ଓ ଗାର୍ଡ ଲାଲମୋହନ ସିଂହ।

କାର୍ଯ୍ୟରେ ଅବହେଳା ଯୋଗୁ ଉଭୟଙ୍କୁ  ନିଲମ୍ୱନ କରାଯାଇଛି। ଏଥିସହ ଏସିଏଫ୍‌ଓ ଲକ୍ଷ୍ମଣ କୁମାର ପ୍ରଧାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଯାଇଥିବା ବାଲେଶ୍ୱର ଡିଏଫ୍‌ଓ ବିଶ୍ୱରାଜ ପଣ୍ଡା କହିଛନ୍ତି।

ସୂଚନା ଅନୁସାରେ, ଗତ ୫ ତାରିଖରେ କୁଲଡ଼ିହା ଅଭୟାରଣ୍ୟରେ ଏହି ଦନ୍ତା ହାତୀର ମୃତ୍ୟୁ ଘଟିଥିଲା। ଏଥିସହ ଦୁର୍ବୃତ୍ତମାନେ ହାତୀର ଦାନ୍ତ ଉପାଡ଼ି ନେଇଥିବା ନେଇ ଖବର ପ୍ରସାର ହୋଇଥିଲା। ଏହାପରେ ବନ ବିଭାଗ ଘଟଣାର ତଦନ୍ତ କରି ହାତୀର ମୃତଦେହକୁ ବ୍ୟବଚ୍ଛେଦ କରିଥିଲା।



from Odisha Reporter http://bit.ly/2EYE9Et

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages