ଆତଙ୍କବାଦୀଙ୍କୁ ନିପାତ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 3, 2019

ଆତଙ୍କବାଦୀଙ୍କୁ ନିପାତ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆତଙ୍କବାଦ ପ୍ରସଙ୍ଗରେ ଦେଶର ଜିରୋ ଟଲରେନ୍ସ ନୀତି ଜାରି ରହିବ। ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ସୁରକ୍ଷା ସଂସ୍ଥାମାନଙ୍କୁ ନେଇ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦେଶରେ ବିଜେପିକୁ ଜନାଦେଶ ମିଳିଛି। ଏଭଳି ସ୍ଥିତିରେ ସମାଲୋଚନାକୁ ଖାତିର ନକରି ଆତଙ୍କବାଦୀ ନିପାତ ଉପରେ ଗୁରୁତ୍ୱ ଦେବାକୁ ଅମିତ ଶାହ ପରାମର୍ଶ ଦେଇଥିବା ଜଣାପଡ଼ିଛି। ଆଗାମୀ ଦିନରେ ଏହି ନୀତି ସରକାରକୁ ସଫଳତା ଦେବ ବୋଲି ଗୃହ ମନ୍ତ୍ରଣାଳୟ କହିଛି।

ସୂଚନାଯୋଗ୍ୟ, ଆତଙ୍କବାଦ ପ୍ରସଙ୍ଗରେ କେନ୍ଦ୍ର ସରକାର ଜିରୋ ଟଲରେନ୍ସ ନୀତି ଆପଣାଇବା ପରେ ପାଞ୍ଚ ମାସରେ ୧୦୧ ଆତଙ୍କବାଦୀ ନିପାତ ହୋଇଛନ୍ତି। ଅର୍ଥାତ୍ ପ୍ରତି ମାସରେ ୨୦ ଆତଙ୍କବାଦୀ ନିହତ ହେଉଛନ୍ତି। ହେଲେ ନିପାତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଅଧିକାଂଶ କଶ୍ମୀର ଘାଟିର ବୋଲି ଜଣାପଡ଼ିଛି। ତେଣୁ ଆଗାମୀ ଦିନରେ ଏହା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି ଗୃହ ମନ୍ତ୍ରଣାଳୟ କହିଛି।

କଶ୍ମୀର ଘାଟିରେ ବଢ଼ୁଥିବା ଆତଙ୍କବାଦ ପ୍ରସଙ୍ଗକୁ ନଜରରେ ରଖି ସରକାର ନୂଆ ରଣନୀତି ଆପଣାଇବାକୁ ଯୋଜନା କରୁଥିବା ଜଣାପଡ଼ିଛି। କଟରପନ୍ଥୀ ଚିନ୍ତାଧାରାକୁ ମାତ୍ ଦେବା ପାଇଁ ସାମାଜିକ ଯୋଜନା କରିବାକୁ ଗୃହମନ୍ତ୍ରଣାଳୟ ଚିନ୍ତା କରୁଥିବା ଜଣାପଡ଼ିଛି। ଯେଉଁଥିରେ କଶ୍ମୀର ଘାଟିର ଯୁବକମାନେ ଯୋଗ ଦେବେ ବୋଲି ଆଶା କରାଯାଉଛି।

ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍, ଗୁଇନ୍ଦା ନିର୍ଦ୍ଦେଶକ ରାଜୀବ ଜୈନ ଏବଂ ଗୃହ ସଚିବ ରାଜୀବ ଗୌବା ଉପସ୍ଥିତ ଥିଲେ।



from Odisha Reporter http://bit.ly/2Ky2Vz5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages