ରାଜସ୍ଥାନ କଂଗ୍ରେସରେ କଳି, ପୁଅର ପରାଜୟ ପାଇଁ ସଚିନଙ୍କୁ ଦାୟୀ କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 3, 2019

ରାଜସ୍ଥାନ କଂଗ୍ରେସରେ କଳି, ପୁଅର ପରାଜୟ ପାଇଁ ସଚିନଙ୍କୁ ଦାୟୀ କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ

ଜୟପୁର : ସାଧାରଣ ନିର୍ବାଚନ ପରେ ରାଜସ୍ଥାନ କଂଗ୍ରେସରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ପରାଜୟ ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପିସିସି ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ଦାୟୀ ବୋଲି ଦଳ ଭିତରୁ ସ୍ୱର ଉଠିଛି। ଏହାପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଏକ ଘରୋଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।
ତାଙ୍କ ପୁଅ ବୈଭବଙ୍କ ପରାଜୟ ପାଇଁ ପିସିସି ସଭାପତି ନିଜକୁ ଦାୟୀ କରିବା ଉଚିତ୍ ବୋଲି ଗେହଲଟ କହିଛନ୍ତି। ଯୋଧପୁରରେ ବୈଭବ ପ୍ରାର୍ଥୀ ହେବା ନେଇ ପିସିସି ସଭାପତି ସଚିନ ପାଇଲଟ ପ୍ରସ୍ତାବ ଦେଇଥିଲେ। କହିଥିଲେ ଏହି ଲୋକସଭା ଅଧୀନରେ ଛଅ କଂଗ୍ରେସ ବିଧାୟକ ରହିଛନ୍ତି। ତେଣୁ ବୈଭବ ଯୋଧପୁର ଆସନରୁ ନିର୍ବାଚନ ଲଢ଼ିଲେ ବହୁ ଅଧିକ ଭୋଟ ବ୍ୟବଧାନରେ ଜିତିବେ ବୋଲି ସଚିନ୍ କହିଥିବା ଅଶୋକ ଗେହଲଟ କହିଛନ୍ତି। ହେଲେ ଯୋଧପୁରରେ ବୈଭବ ଶୋଚନୀୟ  ଭାବେ ବିଜେପି ପ୍ରାର୍ଥୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତଙ୍କ ନିକଟରୁ ପରାଜୟ ବରଣ କରିଛନ୍ତି। ତେଣୁ ସଚିନ ଯୋଧପୁର ଆସନରେ କଂଗ୍ରେସର ପରାଜୟ ପାଇଁ ନିଜ ଉପରକୁ ଦୋଷ ନେବା ଦରକାର ବୋଲି ଗେହଲଟ କହିଛନ୍ତି। ତେବେ ଏ ନେଇ ସଚିନ ପାଇଲଟ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।
ତେବେ ସମସ୍ତ ୨୫ଟି ଆସନରେ ପରାଜୟ ପାଇଁ କିଏ ଦାୟୀ ରହିବ ବୋଲି ମିଡିଆର ପ୍ରଶ୍ନର ଉତ୍ତରରେ ସାମୂହିକ ଭାବେ ସବୁ ନେତା ଦାୟୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍।
କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ବୈଭବଙ୍କୁ ଯୋଧପୁର ଆସନରୁ ୪ ଲକ୍ଷ ଭୋଟ ବ୍ୟବଧାନରେ ହରାଇଛନ୍ତି। ଏମିତିକି ଅଶୋକ ଗେହଲେଟଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀ ସାରଦାପୁରରୁ ବୈଭବ ବିଜେପି ପ୍ରାର୍ଥୀଙ୍କ ଠାରୁ ୧୯ ହଜାର ଭୋଟ କମ୍ ପାଇଥିଲେ। ସବୁଠୁ ବଡ଼ କଥା ହେଲା ଏହି ଯୋଧପୁର ଆସନରୁ ଅଶୋକ ଗେହଲଟ ୧୯୯୮ରୁ ସଂସଦକୁ ନିର୍ବାଚିତ ହୋଇ ଆସୁଥିଲେ।


from Odisha Reporter http://bit.ly/319tZds

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages