ଭାଇ ସଲମାନ ଗିଫ୍ଟ କରିଥିବା ବିଏମଡବ୍ଲୁ କାର୍‌ ବିକିବେ ଅର୍ପିତା, ଦାମ କେତେ ଜାଣିଛନ୍ତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 23, 2019

ଭାଇ ସଲମାନ ଗିଫ୍ଟ କରିଥିବା ବିଏମଡବ୍ଲୁ କାର୍‌ ବିକିବେ ଅର୍ପିତା, ଦାମ କେତେ ଜାଣିଛନ୍ତି?

ମୁମ୍ୱାଇ:  ବଲିଉଡର ଭାଇଜାନ ସଲମାନ ଖାଁଙ୍କ ଗେହ୍ଲି ଭଉଣୀ ଅର୍ପିତା ଫିଲ୍ମ ଲାଇନରେ ସକ୍ରିୟ ନ ଥିଲେ ବି ସବୁବେଳେ ଲାଇମଲାଇଟ୍‌ରେ ଥାଆନ୍ତି। ଏବେ ତାଙ୍କୁ ନେଇ ପୁଣି ଚର୍ଚ୍ଚା। ଭାଇ ସଲମାନଙ୍କ ଦ୍ୱାରା ଗିଫ୍ଟ ପାଇଥିବେ ଲକଜୁରି ବିଏମଡବ୍ଲୁ କାର୍‌ (BMW 730Ld M-Sport)  ବିକ୍ରି କରିବାକୁ ଲାଗି ମନସ୍ଥ କରିଛନ୍ତି ଅର୍ପିତା। ଏଥିଲାଗି ସେ Big Boyz Toyz ୱେବସାଇଟ୍‌ରେ  ଆଡ ଦେବା ପରେ କଥା ଲୋକଲୋଚନକୁ ଆସିଛି। ହେଲେ କ’ଣ ପାଇଁ ସେ ଏହି କାର ବିକ୍ରି କରିବାକୁ ଚାହୁଁଛନ୍ତି, ସେ ବିଷୟରେ କିଛି ଜଣାପଡିନି।

ଉକ୍ତ  ୱେବସାଇଟ୍‌  ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଲଗଜୁରିଅସ୍‌ କାର୍‌ ସଲମାନଙ୍କ ବାପା ସଲିମ ଖାଁଙ୍କ ନାମରେ ରହିଛି। ଏହା ୧୧, ୫୦୦ କି.ମି ଗତି କରି ସାରିଛି। ଏହାର ଏକ୍ସ ଶୋ’ ରୁମ୍‌ ପ୍ରାଇସ ୧.୩୫ କୋଟି ରହିଛି। ହେଲେ ଅର୍ପିତାଙ୍କ କାରର ଦାମ ରହିଛି ୭୫ ଲକ୍ଷ ଟଙ୍କା।

ଭଣଜା ଅହିଲର ଜନ୍ମ ପରେ ଖୁସି ହୋଇ ସଲମାନ ଭଉଣୀ ଅର୍ପିତାଙ୍କୁ  ଏହି କାର୍‌ ୨୦୧୬ ମସିହାରେ ଗିଫ୍ଟ କରିଥିଲେ। ଏହାପରେ ବହୁ ଥର ଅର୍ପିତା ନିଜ ପରିବାର ସହ ଏହି କାରରେ ବୁଲୁଥିବା ବେଳେ ସ୍ପଟ୍ ହୋଇଛନ୍ତି। ହେଲେ କ’ଣ ପାଇଁ ସେ ଏହାକୁ ବିକ୍ରି କରିବାକୁ ମନସ୍ଥ କରିଛନ୍ତି, ସେ ବିଷୟରେ କିଛି ଜଣାପଡିନି।



from Odisha Reporter http://bit.ly/2LcCOh6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages