ମୁମ୍ବାଇ: ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆର୍ବିଆଇ)କୁ ପୁଣି ଏକ ବଡ଼ ଝଟକା ଲାଗିଛି। ଏହି କେନ୍ଦ୍ରୀୟ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଛନ୍ତି ବିରାଲ ଭି. ଆଚାର୍ଯ୍ୟ। ଚାକିରି ସରିବାର ୬ ମାସ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। ତାଙ୍କ ପୂର୍ବରୁ ଗତବର୍ଷ ଡିସେମ୍ବର ମାସରେ ଉର୍ଜିତ୍ ପଟେଲ୍ ବ୍ୟକ୍ତିଗତ କାରଣ ଦର୍ଶାଇ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିଲେ।
ବିରାଲ ଆଚାର୍ଯ୍ୟ ତାଙ୍କ ଇସ୍ତଫାପତ୍ରରେ କୌଣସି ନିର୍ଦ୍ଦିଷ୍ଟ କାରଣ ଉଲ୍ଲେଖ କରି ନାହାନ୍ତି। ତେବେ କିଛି ମାସ ହେଲା ବିଭିନ୍ନ ପ୍ରସଙ୍ଗରେ ସେ ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସହ ଏକମତ ନଥିଲେ। ସେ ତାଙ୍କର ଅଲଗା ବିଚାର ଉପସ୍ଥାପନ କରୁଥିଲେ। ଗତ ଦୁଇ ମନିଟରିଂ ବୈଠକରେ ଦରବୃଦ୍ଧି ଓ ଅଭିବୃଦ୍ଧି ହାର ପ୍ରସଙ୍ଗରେ ସେ ପୃଥକ ଯୁକ୍ତି ଉପସ୍ଥାପନ କରିଥିଲେ। ତେଣୁ ନୀତିଗତ ମତଭେଦ ଯୋଗୁ ସେ ଇସ୍ତଫା ଦେଇଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ବିରାଲ ଆଚାର୍ଯ୍ୟ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ସେଟର୍ନ ସ୍କୁଲ୍ ଅଫ୍ ବିଜ୍ନେସ୍ରେ ସେ ପ୍ରଫେସର ଭାବେ ଯୋଗ ଦେବେ।
୨୦୧୭ ଜାନୁଆରୀ ୨୩ ତାରିଖରେ ବିରାଲ ଆଚାର୍ଯ୍ୟ ଆର୍ବିଆଇର ଡେପୁଟି ଗଭର୍ଣ୍ଣର ଭାବେ ଯୋଗ ଦେଇଥିଲେ। ୩ ବର୍ଷ ପାଇଁ ତାଙ୍କୁ ଏହି ନିଯୁକ୍ତି ମିଳିଥିଲା। ସେ ପ୍ରାୟ ୩୦ ମାସ କାମ କରିବା ପରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଆସନ୍ତା ଡିସେମ୍ବର ମାସରେ ତାଙ୍କ କାର୍ଯ୍ୟକାଳ ସରିଥା’ନ୍ତା।
from Odisha Reporter http://bit.ly/2X3ge1A
No comments:
Post a Comment