‘୨୦୪୭ ପର୍ଯ୍ୟନ୍ତ କ୍ଷମତାରେ ରହିବ ବିଜେପି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 7, 2019

‘୨୦୪୭ ପର୍ଯ୍ୟନ୍ତ କ୍ଷମତାରେ ରହିବ ବିଜେପି’

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ଲଗାତାର ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ବିଜେପି ମହାସଚିବ ରାମ ମାଧବ ଦାବି କରିଛନ୍ତି ଯେ, ତାଙ୍କ ଦଳ ୨୦୪୭ ପର୍ଯ୍ୟନ୍ତ ଦେଶରେ ଶାସନ କରିବ। ତ୍ରିପୁରାର ରାଜଧାନୀ ଅଗରତାଲାରେ ଏକ ରାଲିରେ ଯୋଗ ଦେବା ଅବସରରେ ସେ ଏହିକଥା କହିଛନ୍ତି।

ସେ କହିଛନ୍ତି,“୨୦୪୭ରେ ଯେତେବେଳେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବ ସେତେବେଳେ ବିଜେପି କ୍ଷମତାରେ ଥିବ। ଏଯାବତ୍‌ ଦେଶରେ କଂଗ୍ରେସ ସବୁଠୁ ଅଧିକ ସମୟ ଧରି ଶାସନ କରିଛି। କଂଗ୍ରେସ ୧୯୫୦ରୁ ୧୯୭୭ ପର୍ଯ୍ୟନ୍ତ ଲଗାତାର ଭାବେ କ୍ଷମତାରେ ରହିଥିଲା।  ତେବେ ମୁଁ ଦୃଢ଼ ଭାବେ କହୁଛି ଯେ ମୋଦିଜୀ ଏହି ରେକର୍ଡ ଭାଙ୍ଗିବେ।”

ରାମ ମାଧବ ଆହୁରି କହିଛନ୍ତି,“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗୁ ବିଶ୍ୱ ଦରବାରରେ ଭାରତର ସମ୍ମାନ ବଢ଼ିଛି। ଆଉ ସେହି କାରଣ ପାଇଁ ବିଜେପି ପୁଣି ନିର୍ବାଚନ ଜିତିଛି।”

ସୂଚନାଯୋଗ୍ୟ,ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଥିଲେ ଯେ, ତାଙ୍କ ଦଳ ୫୦ ବର୍ଷ କ୍ଷମତାରେ ରହିବ।



from Odisha Reporter http://bit.ly/2ZlKOk3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages