ତରଭୁଜ ଅଧିକ ଖାଇଲେ ପଡ଼ିପାରନ୍ତି ସ୍ୱାସ୍ଥ୍ୟ ସମସ୍ୟାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 4, 2019

ତରଭୁଜ ଅଧିକ ଖାଇଲେ ପଡ଼ିପାରନ୍ତି ସ୍ୱାସ୍ଥ୍ୟ ସମସ୍ୟାରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରା ଦିନେ ତରଭୁଜ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ହୋଇଥାଏ। କିନ୍ତୁ ଏହାକୁ ଖାଇଲା ବେଳେ ଆପଣ ଯଦି କିଛିଟା ବିଷୟ ପ୍ରତି ଧ୍ୟାନ ନ ଦିଅନ୍ତି ତାହାଲେ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଖରାପ ହୋଇପାରେ।

ଭଲ ଲାଗୁଛି ବୋଲି ଆପଣ ଯଦି ଅଧିକା ଖାଇ ଦିଅନ୍ତି ତାହାଲେ ଏହା ସ୍ୱାସ୍ଥ୍ୟର ଅନେକ କ୍ଷତି କରିପାରେ। ଜାଣନ୍ତୁ ପାଟିକୁ ଭଲ ଲାଗୁଥିବା ଏହି ଫଳ ଅଧିକା ଖାଇଲେ କେଉଁ ସବୁ ସମସ୍ୟାରେ ପଡ଼ିପାରନ୍ତି ଜାଣିଛନ୍ତି ।

ଏବେ ଆପଣଙ୍କ ମନକୁ ଆସୁଥିବ ଯେ, ଏହାକୁ କେତେ ପରିମାଣରେ ଖାଇବା ଆବଶ୍ୟକ। ତରଭୁଜ ୪୦୦ରୁ ୫୦୦ ଗ୍ରାମ୍‌ ଖାଇବା ଆବଶ୍ୟକ। ଏହାକୁ ଅଧିକା ଖାଇଲେ ସ୍ୱାସ୍ଥ୍ୟ ପାଇଁ ଠିକ୍‌ ହୋଇ ନଥାଏ।

ଏଥିରେ ଅଧିକ ମାତ୍ରାରେ ପାଣି ଥିବାରୁ ପେଟ ଫୁଲିବା, ଗ୍ୟାସ୍‌ ଏବଂ ଡାଇରିଆ ଭଳି ସମସ୍ୟା ଦେଖା ଦେଇପାରେ।

ଏହାକୁ ଅଧିକ ଖାଇବା ଦ୍ୱାରା ଶରୀରରେ ପାଣିର ମାତ୍ରା ଅଧିକ ହୋଇପାରେ, ଯାହା ଆପଣଙ୍କ ପାଇଁ ହାନିକାରକ ହୋଇପାରେ। ଏଥିପାଇଁ ପାଦ ଦରଜ ଭଳି ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ।

ଏହା ମିଠା ହେତୁ ଡାଇବେଟିସ୍‌ ରୋଗୀଙ୍କ ପାଇଁ ମଧ୍ୟ ଏହା ସମସ୍ୟା ଆଣିପାରେ।

ହୃଦରୋଗୀ ତରଭୁଜ ଖାଇବା ଉଚିତ୍‌ ନୁହେଁ।

ଶ୍ୱାସରୋଗୀ ମଧ୍ୟ ଏହାକୁ ଅଧିକ ଖାଆନ୍ତୁ ନାହିଁ। ଆପଣଙ୍କ ଶରୀର ଉପରେ ଏହା ଖରାପ ପ୍ରଭାବ ପକାଇପାରେ।

ଏହା ସହ କିଡ଼ନୀ ସମସ୍ୟା ଥିବା ବ୍ୟକ୍ତି ମଧ୍ୟ ଏହାକୁ ଅଧିକା ଖାଇବା ଉଚିତ୍‌ ନୁହେଁ।



from Odisha Reporter http://bit.ly/2WkJsZw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages