ଦୁର୍ଘଟଣାଗ୍ରସ୍ତ ଏନ-୩୨ ବିମାନର ଫଟୋ ଜାରି, ଆଜି ଉଦ୍ଧାର କାର୍ଯ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 11, 2019

ଦୁର୍ଘଟଣାଗ୍ରସ୍ତ ଏନ-୩୨ ବିମାନର ଫଟୋ ଜାରି, ଆଜି ଉଦ୍ଧାର କାର୍ଯ୍ୟ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପରିବହନ ବିଭାଗର ନିଖୋଜ ବିମାନ ଏନ-୩୨ ଆଠ ଦିନ ପରେ ଠାବ ହୋଇଛି। ଗତକାଲି ଭାରତୀୟ ବାୟୁସେନାର ଏମଆଇ-୧୭ ବିମାନ ଆକଶ ମାର୍ଗରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଅରୁଣାଚଳ ପ୍ରଦେଶର ସିଅଙ୍ଗ ଜିଲ୍ଲାର ପେୟୁମ ସାର୍କିଲରେ ଏନ୍-୩୨ ବିମାନକୁ ଠାବ କରିଛି। ଯାହାର ପ୍ରାଥମିକ ଚିତ୍ର ଜାରି ହୋଇଛି। ପାଖାପାଖି ୧୨ ହଜାର ଫୁଟ୍ ଉପରୁ ଏହି ଫଟୋଟି ଉଠାଯାଇଛି। ଘଞ୍ଚ ଜଙ୍ଗଲ ଭିତରେ ବିମାନଟି ଖସି ପଡ଼ିଥିବାରୁ ପ୍ରାଥମିକ ଭାବରେ ଜଣାପଡ଼ିନଥିଲା ବୋଲି ସୂଚନା ରହିଛି।

ଜୁନ ୩ ତାରିଖ ଦିନ ରୁଷ ନିର୍ମିତ ଏନ୍‌-୩୨ ଆନ୍ତୋନୋଭ ବିମାନ ୧୩ ଜଣଙ୍କୁ ନେଇ ଆସାମରୁ ଅରୁଣାଚଳ ପ୍ରଦେଶର ମେଚୁକା ମିଲିଟାରୀ ଏୟାରଷ୍ଟ୍ରିପ୍‌ ଅଭିମୁଖେ ଉଡ଼ାଣ ଭରିଥିଲା। ଏଥିରେ ମଧ୍ୟରେ ୮ ଜଣ କ୍ରୁ ସଦସ୍ୟ ଏବଂ ୫ ଜଣ ଯାତ୍ରୀ ରହିଥିଲେ। ଶେଷଥର ପାଇଁ ଅପରାହ୍ନ ୧ଟାରେ ବିମାନ ସହ ଯୋଗାଯୋଗ ହୋଇଥିଲା। ବିମାନରେ ଥିବା ଯାତ୍ରୀଙ୍କ ବାବଦରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଦୁର୍ଘଟଣାରେ ଏହି ସମସ୍ତଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଘଞ୍ଚ ଜଙ୍ଗଲ ଥିବାରୁ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାଂଶ ପାଖରେ ପହଞ୍ଚିବାକୁ ସହଜ ନୁହେଁ ବୋଲି ଜଣାପଡ଼ିଛି। ଅରୁଣାଚଳ ପ୍ରଦେଶର ଡିଜିପି ଏସବିକେ ସିଂହ, ବାୟୁସେନାର ଅଧିକାରୀ, ସ୍ଥାନୀୟ ପ୍ରଶାସନ ସହିତ ଏକ ବୈଠକ ହୋଇଛି। ବିମାନର ଭଗ୍ନାଂଶ ପଡ଼ିଥିବା ସ୍ଥାନକୁ ଯିବା ପାଇଁ ରାସ୍ତା ନଥିବାରୁ ଏକ ସ୍ଥାନୀୟ ହେଲିପ୍ୟାଡ ଚିହ୍ନଟ ହୋଇଛି। ହେଲିପ୍ୟାଡରୁ ଓହ୍ଲାଇବା ପରେ ପାଖାପାଖି ୩ରୁ ୪ ଘଣ୍ଟା ଚାଲି ଚାଲି ଯିବାକୁ ପଡ଼ିବ ବୋଲି ସୂଚନା ରହିଛି। ତେଣୁ ସହଯୋଗ ପାଇଁ ଭାରତୀୟ ବାୟୁସେନା ପର୍ବତାରୋହୀଙ୍କ ସାହାଯ୍ୟ ନେବ ବୋଲି ଜଣାପଡ଼ିଛି।

ଜୁନ ୩ ତାରିଖରେ ଏନ-୩୨ ବିମାନ ନିଖୋଜ ହେବା ପରେ ସର୍ଚ୍ଚ ଅପରେସନରେ ଭାରତୀୟ ବାୟୁସେନାର ବିମାନ ସୁଖୋଇ-୩୦, ସି-୧୩୦, ଅନ୍ୟ ଏକ ଏଏନ୍‌-୩୨ ଓ ଏମଆଇ-୧୭, ଇସ୍ରୋ ସାଟେଲାଇଟ, ଡ୍ରୋନ, ବିମାନ ଆଦି ନିୟୋଜିତ ଅଛନ୍ତି।

ଏହି ଏନ-୩୨ ବିମାନ ଭାରାତୀୟ ବାୟୁସେନାର ସବୁଠାରୁ ବିଶ୍ୱସନୀୟ ବିମାନ ଅଟେ। ୧୯୮୬ ମସିହାରେ ଏହା ବାୟୁସେନାରେ ସାମିଲ ହୋଇଥିଲା। ଦୁର୍ଘଟଣାଗ୍ରସ୍ଥ ବିମାନଟି ଅପଗ୍ରେଡ ହୋଇନଥିବାରୁ ଦର୍ଘଟଣାର ଶିକାର ହୋଇଥିବା ପ୍ରାଥମିକ ଆକଳନ ହେଉଛି।

ଏହା ପୂର୍ବରୁ ଜୁଲାଇ ୨୦୧୬ର ବାୟୁସେନା ପରିବହନ ବିଭାଗର ଗୋଟିଏ ଏ-୩୨ ବିମାନ ନିଖୋଜ ହୋଇଥିଲା। ୨୯ ଜଣ ଯାତ୍ରୀଙ୍କୁ ନେଇ ଚେନ୍ନାଇରୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଯାଉଥିବା ବେଳେ ବଙ୍ଗୋପସାଗର ଉପରେ ଏହା ନିଖୋଜ ହୋଇଯାଇଥିଲା।



from Odisha Reporter http://bit.ly/2WEbEH8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages