ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ବାୟୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 11, 2019

ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ବାୟୁ’

ନୂଆଦିଲ୍ଲୀ: ଗୁଜରାଟ ଉପକୂଳ ଅଭିମୁଖେ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ବାୟୁ’। ଭୟଙ୍କର ବାତ୍ୟାର ରୂପ ନେଇ ଆସନ୍ତାକାଲି ସକାଳେ ଏହି ସାମୁଦ୍ରିକ ଝଡ଼ ଗୁଜରାଟ ଉପକୂଳ ଅତିକ୍ରମ କରିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।

ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ, ‘ବାୟୁ’ ଗୁଜରାଟ ଉପକୂଳ ଅତିକ୍ରମ କରିବା ସମୟରେ ଘଣ୍ଟାକୁ ୧୩୦ରୁ ୧୪୦ କିଲୋମିଟର ବେଗରେ ପବନ ବହିବ। ପୋରବନ୍ଦର ଓ ମହୁବା ମଧ୍ୟରେ ‘ବାୟୁ’ ଲ୍ୟାଣ୍ଡଫଲ୍ କରିପାରେ।

ସମ୍ଭାବ୍ୟ ସ୍ଥିତିକୁ ଦେଖି ବାୟୁସେନା, କୋଷ୍ଟଗାର୍ଡ, ଏନ୍‌ଡିଆର୍‌ଏଫ୍‌ ଏବଂ ଏସଡିଆରଏଫ୍‌କୁ ସଜାଗ ରଖାଯାଇଛି। ବାୟୁର ପ୍ରଭାବରେ ଗୁଜରାଟ ସହ ଲାକ୍ଷାଦୀପ, କେରଳ, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ପରିସ୍ଥିତିକୁ ନଜରରେ ରଖି ଗୃହମନ୍ତ୍ରୀ ଅମିତ ଶାହ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ସେହିପରି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ବରିଷ୍ଠ ଅଧିକାରୀମାନଙ୍କ ସହିତ ବୈଠକ କରି ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସମସ୍ତ ଅଫିସରମାନଙ୍କ ଛୁଟି ବାତିଲ କରି ଦିଆଯାଇଥିବା ବେଳେ ଯେଉଁ ୧୦ଟି ଜିଲ୍ଲାରେ ଏହି ବାତ୍ୟାର ପ୍ରଭାବ ପଡ଼ିବ ବୋଲି କୁହାଯାଉଛି ସେଠାରେ ୧୫ ତାରିଖ ପର୍ଯ୍ୟନ୍ତ ସ୍କୁଲ୍‌ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି।

ସୂଚନା ଅନୁଯାୟୀ, ରାଜ୍ୟର ଅହମଦାବାଦ, ଗାନ୍ଧୀନଗର ଓ ରାଜକୋଟ୍ ସମେତ ଉପକୂଳବର୍ତ୍ତୀ ଅଞ୍ଚଳ ବେରୱାଲ୍‌, ଭୁଜ୍ ଓ ସୁରଟରେ ବାତ୍ୟା ପ୍ରଭାବରେ ବର୍ଷା ହୋଇପାରେ। ସେହିପରି ଭାବନଗର, ଅମରେଲୀ, ସୋମନାଥ, ଜାମନଗର, ପୋରବନ୍ଦର ଓ କଚ୍ଛ ସମେତ ଅନେକ ଅଞ୍ଚଳରେ ଦ୍ରୁତଗତିରେ ପବନ ହୋଇପାରେ।



from Odisha Reporter http://bit.ly/2wO6Krz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages