ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖାଇ ସାରିବା ପରେ ଅଳ୍ପ ସମୟ ଚଲାବୁଲା କରିବା ସ୍ୱାସ୍ଥ୍ୟ ପକ୍ଷେ ହିତକର। ମାତ୍ର କେତେକ ବ୍ୟକ୍ତି ଏଭଳି କିଛି ଭୁଲ୍ କରନ୍ତି, ଯାହା ଶରୀର ପାଇଁ ଅଧିକ ମାତ୍ରାରେ କ୍ଷତିକାରକ ହେବା ସହ ଶରୀରକୁ ପୋଷକ ତତ୍ତ୍ୱ ମଧ୍ୟ ମିଳି ନ ଥାଏ। ଏହାଫଳରେ ଅନେକ ପ୍ରକାର ରୋଗ ମଧ୍ୟ ସୃଷ୍ଟି ହୁଏ। ଚାଲନ୍ତୁ ଜାଣିବା ଖାଇବା ପରେ ପରେ କେଉଁ ସବୁ କାମ କରିବା ଉଚିତ ନୁହେଁ।
ସିଗାରେଟ ଟାଣିବା
ଧୂମପାନ କିମ୍ବା ତମାଖୁ ସେବନ ଶରୀର ପାଇଁ ବହୁତ କ୍ଷତିକାରକ। ଖାଇବା ପରେ ସିଗାରେଟ୍ ଟାଣିବା ଶରୀରକୁ ଅଧିକ କ୍ଷତି ପହଞ୍ଚାଇଥାଏ। ଏହାଫଳରେ ଅମ୍ଳ ଏବଂ ଅନ୍ୟ କେତେକ ପେଟ ରୋଗ ବାହାରିବାର ଆଶଙ୍କା ରହିଛି।
ଫଳ ଖାଇବା
କେତେକ ବ୍ୟକ୍ତି ଭୋଜନ ସହିତ ଫଳ ଖାଇବାକୁ ପସନ୍ଦ କରନ୍ତି। ମାତ୍ର ଏହା ଶରୀରକୁ ଲାଭ ଦେବା ପରିବର୍ତ୍ତେ କ୍ଷତି କରିଥାଏ। ଭୋଜନ ସହ ଫଳ ଖାଇବା ଦ୍ୱାରା ଏହା ଅନ୍ତଃନଳୀ ପର୍ଯ୍ୟନ୍ତ ଠିକ୍ ଭାବେ ପହଞ୍ଚି ପାରି ନ ଥାଏ। ଖାଦ୍ୟ ସହ ଏହା ପେଟରେ ଅଟକି ଯାଏ। ଯାହାଫଳରେ କୋଷ୍ଠକାଠିନ୍ୟ ହେବାର ଆଶଙ୍କା ରହିଛି।
ଚା’ ପିଇବା
ସକାଳ ଜଳଖିଆ ସହ ଅଧିକାଂଶ ଲୋକେ ଚା’ ପିଇବାକୁ ପସନ୍ଦ କରନ୍ତି। ମାତ୍ର ଏପରି କରିବା ଦ୍ୱାରା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚିପାରେ। ଖାଇବା ସହିତ ଚା’ ପିଇଲେ ଖାଦ୍ୟ ଠିକ୍ ଭାବେ ହଜମ ନ ହୋଇ ଅନେକ ପ୍ରକାରର ରୋଗ ସୃଷ୍ଟି କରେ।
ବେଲ୍ଟ ଢ଼ିଲା କରିବା
ଖାଇବାରେ କୌଣସି ସମସ୍ୟା ନ ହେବା ପାଇଁ ପ୍ୟାଣ୍ଟ ପିନ୍ଧୁଥିବା ଅଧିକାଂଶ ଲୋକେ ଖାଇବା ସମୟରେ ବେଲ୍ଟ ଢିଲା କରିଦିଅନ୍ତି। ମାତ୍ର ଏପରି କରିବା ଦ୍ୱାରା ଅଧିକ ଖାଦ୍ୟ ଖାଇ ହୋଇଯାଏ। ଏହାଦ୍ୱାରା ମୋଟାପଣ, ଅମ୍ଳ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଯାଏ।
ଖାଇବା ପରେ ଗାଧୋଇବା
ଖାଇବା ପରେ ପରେ ଗାଧୋଇବା ଉଚିତ ନୁହେଁ। ଏହାଫଳରେ ଶରୀରରେ ରକ୍ତ ପ୍ରବାହିତ କମ୍ ହେବା ସହ ହଜମ ମଧ୍ୟ ଠିକ୍ ଭାବେ ହୋଇ ନ ଥାଏ।
from Odisha Reporter http://bit.ly/2KhSCQf
No comments:
Post a Comment