ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାର ସମ୍ଭାଳିବା ପରେ ପ୍ରଧାନମନ୍ତ୍ରୀ ମୋଦି ଦେଶର ଅର୍ଥବ୍ୟବସ୍ଥାକୁ ଟ୍ରାକରେ ଆଣିବା ପାଇଁ ଜୋରସୋର ପ୍ରୟାସ ଆରମ୍ଭ କରି ଦେଇଛନ୍ତି। ଖାଲି ଅର୍ଥବ୍ୟବସ୍ଥା ନୁହେଁ, ମୋଦିଙ୍କ ପ୍ରଥମ ସରକାରର ସବୁଠୁ ବଡ଼ ବିଫଳତା ବୋଲି ଆଲୋଚନା ହେଉଥିବା ବେକାରୀ ପ୍ରସଙ୍ଗକୁ ମଧ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ୮ ଟି କ୍ୟାବିନେଟ୍ କମିଟି ଗଠନ କରିଛନ୍ତି। ପ୍ରଥମେ କିନ୍ତୁ ଦୁଇଟି କ୍ୟାବିନେଟ୍ କମିଟି ଗଠନ କରିଥିଲେ।
ଏହି କମିଟିଗୁଡ଼ିକ ହେଲା ଏପଏଣ୍ଟମେଣ୍ଟ କମିଟି , ଏକୋମଡେଶନ, ଇକନମିକ ଆଫାୟାର୍ସ କମିଟି , ପାର୍ଲାମେଣ୍ଟ ଆଫାୟାର୍ସ କମିଟି, ପଲିଟିକାଲ ଆଫାୟାର୍ସ କମିଟି, ସିକ୍ୟୁରିଟି କମିଟି, ଇନଭେଷ୍ଟମେଣ୍ଟ ଆଣ୍ଡ ଗ୍ରୋଥ୍ କମିଟି ଓ ଏମ୍ପଲୟମେଣ୍ଟ ଆଣ୍ଡ ସ୍କିଲ ଡେଭେଲପମେଣ୍ଟକମିଟି।
ଏହି ୮ଟି ଯାକ କ୍ୟାବିନେଟ କମିଟିରେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ସଦସ୍ୟ ରହିଛନ୍ତି।
from Odisha Reporter http://bit.ly/2HZoGWO
No comments:
Post a Comment