ଟ୍ରକ୍‌ ପଛେପଟେ ପିଟି ହେଲା କାର, ଚାଲିଗଲା ଜେଇଇଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 5, 2019

ଟ୍ରକ୍‌ ପଛେପଟେ ପିଟି ହେଲା କାର, ଚାଲିଗଲା ଜେଇଇଙ୍କ ଜୀବନ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ଗୁନେଇବିଲିଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍‌ ପଛପଟୁ କାର୍‌ ପିଟି ହୋଇ ଯିବାରୁ କଙ୍କଡ଼ାହାଡ଼ ବ୍ଲକ୍‌ ଜେଇଇଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ଏସ୍‌ ନବୀନ କୁମାର। ତାଙ୍କ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଏସ୍‌ ନବୀନ କୁମାର ଢେଙ୍କାନାଳରୁ ଏକ କାର୍ ଭଡ଼ା  କରି କଙ୍କଡ଼ାହାଡ଼ ଯାଉଥିଲେ। ଏହି ସମୟରେ ଗୁନେଇବିଲିଠାରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ପଛପଟେ ତାଙ୍କ କାର ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜେଇଇଙ୍କ ମୃତ୍ୟୁ ଘଟିଥିଲା।

କାର୍ ଡ୍ରାଇଭର ଫେରାର୍ ହୋଇଯାଇଛି। ପଣ୍ଡୁଆ ଫାଣ୍ଡି ପୁଲିସ୍‌ ଘଟଣାର ତଦନ୍ତ କରୁଛି।



from Odisha Reporter http://bit.ly/2IkAxgP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages