ରଙ୍ଗ ମିସ୍ତ୍ରୀ ସାଜିଲେ ମମତା ବାନାର୍ଜୀ, ବିଜେପି ଚିହ୍ନ ହଟାଇ ଟିଏମସି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 2, 2019

ରଙ୍ଗ ମିସ୍ତ୍ରୀ ସାଜିଲେ ମମତା ବାନାର୍ଜୀ, ବିଜେପି ଚିହ୍ନ ହଟାଇ ଟିଏମସି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା: ନିର୍ବାଚନ ସରିଛି, ହେଲେ ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି ମଧ୍ୟରେ ବିବାଦ ଥମିନାହିଁ। ଉଭୟ ଦଳ ଜଣେ ଅନ୍ୟ ଜଣଙ୍କ କାର୍ଯ୍ୟାଳୟ କବଜା କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟ ଦଳର ସମର୍ଥକ ଓ ନେତାଙ୍କ ଦ୍ୱାରା ହେଉଥିଲା। ଏବେ ଖୋଦ୍ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାସ୍ତାକୁ ଓହ୍ଲାଇ ବିଜେପି ଅଫିସ କାନ୍ଥରେ ନିଜ ଦଳର ନାମ ଲେଖିଛନ୍ତି।

ପଶ୍ଚିମବଙ୍ଗର ନର୍ଥ ୨୪ରେ ଥିବା ପରଗନ ଜିଲ୍ଲାରେ ନୌହାଟୀରେ ଥିବା ବିଜେପି ଅଫିସକୁ ନିଜ କବଜାକୁ ନେଇଛନ୍ତି ମମତା ବାନାର୍ଜୀ। ଟିଏମସି ସୁପ୍ରିମୋ ଏହି ଅଫିସକୁ ନିଜ କବଜାକୁ ନେବା ପରେ ନିଜେ ରଙ୍ଗ ଦେଇ କାନ୍ଥରେ ଲେଖାଥିବା ବିଜେପି ଚିହ୍ନକୁ ଲିଭାଇ ତୃଣମୂଳ କଂଗ୍ରେସ ନାମ ଲେଖିଛନ୍ତି।

ଏହି ଅଫିସ ନବନିର୍ବାଚିତ ବାରାକପୁର ସାଂସଦ ଅର୍ଜୁନ ସିଂହଙ୍କର ଅଟେ। ଅର୍ଜୁନ ସିଂହ ଟିଏମସି ନେତା ଦୀନେଶ ତ୍ରିବେଦୀଙ୍କୁ ଏହି ଆସନରୁ ହରାଇଛନ୍ତି। ଏହି ସ୍ଥାନ ଦେଇ ମମତାଙ୍କ କାରକେଡ ଯାଉଥିବା ବେଳେ ବିଜେପି କର୍ମୀ ଜୟ ଶ୍ରୀ ରାମ ନାରା ଦେଇଥିଲେ। ଏହାପରେ ମମତା ବାନାର୍ଜୀ କାରରୁ ଓହ୍ଲାଇ ବିଜେପି କର୍ମୀଙ୍କୁ ଗାଳି ଗୁଲଜ କରିଥିଲେ। ଏହାପରେ ବିଜେପି ଅଫିସକୁ ନଜ ଦଳୀୟ ଅଫିସ ଭାବେ କବଜା କରି ନେଇଛନ୍ତି ମମତା ବାନାର୍ଜୀ।



from Odisha Reporter http://bit.ly/2KmVaMb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages