ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ମଣ୍ଡପଡ଼ା ଗାଁର ଜଣେ ଯୁବକଙ୍କୁ ଗତକାଲି କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଥିବା ବେଳେ ଆଜି ତାଙ୍କ ମୃତଦେହ ମିଳିଛି। ତାଙ୍କ ନାଁ ସଞ୍ଜୟ ପ୍ରଧାନ (୪୭)।
ଗତକାଲି ସେ ବ୍ରାହ୍ଣଣୀ ନଦୀରେ ଗାଧୋଇବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଥିଲା। ତେବେ ଆଜି ସକାଳେ ତାଙ୍କ ମୃତଦେହ ନଦୀର ଏକ ବୁଦା ମୂଳରେ ଭାସୁଥିବା ବେଳେ ଉଦ୍ଧାର କରାଯାଇଥିଲା।
ପଟ୍ଟାମୁଣ୍ଡାଇ ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି।
ସୂଚନାଯୋଗ୍ୟ, ଗତକାଲି ସକାଳ ପ୍ରାୟ ୧୦ଟା ବେଳେ ଏ ଘଟଣା ଘଟିଥିଲା। ଲୋକେ ଡଙ୍ଗା ସାହାଯ୍ୟରେ ବହୁ ଖୋଜାଖୋଜି କରାଯାଇଥିଲେ ବି ତାଙ୍କ ପତ୍ତା ମିଳି ନଥିଲା।
from Odisha Reporter http://bit.ly/2QIjl94
No comments:
Post a Comment