ମାଲକାନଗିରି (ଜିତେନ୍ଦ୍ର ବେଉରା): ଚଢ଼େଇ ଧରିବାକୁ ଯାଇ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ପାଟଣାଗୁଡ଼ା ଗାଁରେ ଜଣେ ସାତ ବର୍ଷର ବାଳକଙ୍କ ଜୀବନ ଚାଲି ଯାଇଛି। ତାଙ୍କ ନାଁ ରାଜେନ୍ଦ୍ର ସିସା।
ସୂଚନା ଅନୁଯାୟୀ, ସେ ଆଜି ସକାଳେ ତାଙ୍କ ସାଙ୍ଗମାନଙ୍କ ସହ ଖେଳୁଥିଲେ। ଏହି ସମୟରେ ସେ ଏକ ଚଢ଼େଇକୁ ଦେଖିଥିଲେ। ଚଢ଼େଇଟିକୁ ଧରିବା ପାଇଁ ସେ ତା’ ପଛେ ପଛେ ଦୌଡ଼ି ଥିଲେ। ଚଢ଼େଇଟି ଉଡ଼ି ଯାଇ ଏକ ଟ୍ରାନ୍ସଫର୍ମର ଉପରେ ବସିଥିଲା। ରାଜେନ୍ଦ୍ର ଚଢ଼େଇଟିକୁ ଧରିବା ପାଇଁ ଟ୍ରାନ୍ସଫର୍ମର ଉପରକୁ ଚଢ଼ି ଯାଇଥିଲେ ଓ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଟ୍ରାନ୍ସଫର୍ମରରୁ ଜୋରରେ ଶବ୍ଦ ହେବା ପରେ ଲୋକେ ସେଠାରେ ପହଞ୍ଚିଥିଲେ। ସେଠାରେ ରାଜେନ୍ଦ୍ରଙ୍କ ମୃତ ଶରୀରର ଓହଳି ରହିଥିବା ସେମାନେ ଦେଖିବାକୁ ପାଇଥିଲେ।
ପୁଲିସ୍ ଓ ବିଦ୍ୟୁତ୍ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି। ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ଏଇ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
from Odisha Reporter http://bit.ly/2JSjPsl
No comments:
Post a Comment