ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଦଶନ୍ଧିଆ ପଡ଼ିଆ ନିକଟରେ ଥିବା ଏକ ଅଶ୍ୱସ୍ତ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ପବନା ଦଳେଇ। ତାଙ୍କ ଘର ଦଳେଇ ସାହିରେ। ପବନାଙ୍କୁ ପ୍ରାୟ ୪୦ ବର୍ଷ ହୋଇଥିଲା।
ଆଜି ପବନାଙ୍କ ମୃତଦେହ ଗଛରେ ଝୁଲୁଥିବା ନେଇ ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସେମାନେ ଭଣ୍ଡାରୀପୋଖରୀ ପୁଲିସକୁ ଖବର ଦେଇଥିଲେ। ପବନା ଫୁଲ୍ ପ୍ୟାଣ୍ଟ ଏବଂ ଗଞ୍ଜି ପିନ୍ଧିଥିଲେ। ତାଙ୍କ ବେକରେ ଏକ ଗାମୁଛା ବନ୍ଧାଯାଇଥିଲା।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଅସ୍ପଷ୍ଟ ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି।
from Odisha Reporter http://bit.ly/2XfiAK0
No comments:
Post a Comment