ମୁମ୍ୱାଇ: ବଲିଉଡର କିଙ୍ଗ ଖାନ ଶାହାରୁଖ ହୁଅନ୍ତୁ ବି ମିଷ୍ଟର ପରଫେକସନିଷ୍ଟ ଅମୀର, ସେମାନଙ୍କଠାରୁ ଏବେ କିନ୍ତୁ ଭାଇଜାନଙ୍କ ରାଜ ଚାଲିଛି। ତାଙ୍କର ସବୁ ଫିଲ୍ମ ବକ୍ସ ଅଫିସରେ ହେଉଛି ସୁପରଡୁପର ହିଟ୍। ବଲିଉଡର ଟାଇଗର ସଲମାନ ଏବେ ପୁଣି ଥରେ ଆଣୁଛନ୍ତି ‘ଦବଙ୍ଗ’ ସିରିଜ। ‘ଦବଙ୍ଗର’ ୨ଟି ଯାକ ଫିଲ୍ମ ସୁପର ହିଟ୍ ହୋଇଥିବା ବେଳେ ଏହାର ଆଇଟମ୍ ନମ୍ବର ବି ସୁପର ହିଟ୍ ହୋଇଥିଲା।
‘ଦବଙ୍ଗ’ ଫିଲ୍ମର ‘ମୁନ୍ନି ବଦନାମ ହୁଇ’ ଗୀତରେ ମଲାଇକାଙ୍କ ସହ ସଲମାନ ଠୁମକା ଲଗାଇଥିବା ବେଳେ ଏହା ଖୁବ୍ ପପୁଲାର ହୋଇଥିଲା। ଏବେ ‘ଦବଙ୍ଗ-୩’ରେ କିନ୍ତୁ ଆସୁଛି ଆଇଟମ୍ ନମ୍ବର ‘ମୁନ୍ନା ବଦନାମ ହୁଇ’। ଆଉ ଏଥର ସଲମାନଙ୍କ ସହ ନିଜ ଜଲୱା ଦେଖାଇବେ ୱାରିନା ହୁସେନ।
‘ଲଭ ୟାତ୍ରୀ’ ଫିଲ୍ମରେ ସଲମାନ ଖାନଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ ସହ ଡେବ୍ୟୁ କରିଥିଲେ ଅଭିନେତ୍ରୀ ୱାରିନା । ସେ ଏବେ ‘ଦବଙ୍ଗ ୩ ରେ ’ ନଜର ଆସିବେ। ୱାରିନା ଏହି ଫିଲ୍ମରେ ଚୁଲବୁଲ ପାଣ୍ଡେଙ୍କ ସହ ଠୁମକା ଲଗାଉଥିବାର ଦେଖିବାକୁ ମିଳିବ। ଅରବାଜ ଖାନଙ୍କ ଡାଇରେକ୍ସନରେ ନିର୍ମତ ଏହି ଫିଲ୍ମ ଲାଗି ‘ମୁନ୍ନା ବଦନାମ ହୁଆ’ ସଙ୍ଗର ଶୁଟିଂ ହୋଇ ସାରିଲାଣି। ୱାରିନା ଓ ସଲମାନଙ୍କ ଏହି ଗୀତ ପୁଣି ଥରେ ଧୁମ୍ ମଚାଇବ ବୋଲି ଅନୁମାନ ହେଉଛି।
ୱାରିନା ଏଥିରେ ଇଣ୍ଡୋ-ୱେଷ୍ଟର୍ଣ୍ଣ ଆଉଟ୍ଫିଟ୍ରେ ଅଲଗା ଅନ୍ଦାଜରେ ନଜର ଆସିବେ। ମୁମ୍ୱାଇର ମେହବୁବ ଷ୍ଟୁଡିଓରେ ୪ ଦିନ ଧରି ଏହାର ସୁଟିଂ ଚାଲିଥିଲା। ଏକ ମଡର୍ଣ୍ଣ ଢାବାରେ ଏହି ଗୀତର ଶୁଟିଂ ହୋଇଥିବା ବେଳେ ଏହାକୁ କୋରିଓଗ୍ରାଫି ବୈଭବି ମର୍ଚ୍ଚାଣ୍ଟ କରିଥିଲେ।
ଫିଲ୍ମ ଦବଙ୍ଗରେ ମଲାଇକା ‘ମୁନ୍ନି ବଦନାମ ହୁଇ’ ଗୀତରେ ନିଜ ଜଲୱା ଦେଖିଥିଲେ। ଏହାପରେ ‘ଦବଙ୍ଗ-୧’ରେ କରିନାଙ୍କ ଫେଭିକଲ ଗୀତ ବି ବେଶ୍ ଲୋକପ୍ରିୟ ହୋଇଥିଲା। ଏବେ ଦେଖିବାକୁ ବାକି ରହିଲା କ’ଣ ୱାରିନାଙ୍କ ଗୀତ ଏହି ୨ଟି ପପୁଲାର ସଙ୍ଗକୁ ଟକ୍କର ଦେଇ ଆଗକୁ ଯାଇ ପାରୁଛି।
from Odisha Reporter http://bit.ly/2Xa9DC2
No comments:
Post a Comment