ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 11, 2019

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ବରଗଡ଼ (ଦୀପକ ଶର୍ମା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଟଙ୍କଧର ମେହେରଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ତାଙ୍କ ସରକାରୀ ବାସଭବନ ସମେତ ମୋଟ ୫ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି।

ବରଗଡ଼ ଭିଜିଲାନ୍ସ ଡିଏସ୍‌ପି ବିରେନ୍ଦ୍ର ନାଏକଙ୍କ ନେତୃତ୍ୱରେ ରାଉରକେଲା, ଝାରସୁଗଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର ଓ ବରଗଡ଼ର ଭିଜିଲାନ୍ସ ଅଧିକାରୀମାନେ ଏହି ଚଢାଉରେ ସାମିଲ ହୋଇଛନ୍ତି।

ଟଙ୍କଧରଙ୍କ କେନାଲ ଡିଭିଜନ କାର୍ଯ୍ୟାଳୟ, ସରକାରୀ ବାସଭବନ ସହ ବରଗଡ଼ ବାଲାଜୀ ସିଟିଠାରେ ଥିବା ଏକ ଆପାର୍ଟମେଣ୍ଟ, ପଦ୍ମପୁର ଥାନା ସର୍ଗିବାହାଲ ସ୍ଥିତ ପୈତୃକ ଘର ଓ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ଅନ୍ତର୍ଗତ ଘସିଏନ୍ ଗାଁରେ ଥିବା ତାଙ୍କ ଶ୍ୱଶୁର ଘରେ ଭିଜିଲାନ୍ସ ଚଢ଼ାଉ କରିଛି।

ଟଙ୍କଧରଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତ୍ତିଠୁଳ କରିଥିବା ଅଭିଯୋଗ ହୋଇଥିଲା।



from Odisha Reporter http://bit.ly/2Xagqvc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages