ଫୋର୍ବସର ଏହି ତାଲିକାରେ ବିରାଟ ହେଉଛନ୍ତି ଏକମାତ୍ର କ୍ରିକେଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 11, 2019

ଫୋର୍ବସର ଏହି ତାଲିକାରେ ବିରାଟ ହେଉଛନ୍ତି ଏକମାତ୍ର କ୍ରିକେଟର

ନୂଆଦିଲ୍ଲୀ: ଫୋର୍ବସ୍ ପକ୍ଷରୁ ୨୦୧୯ ବର୍ଷ ପାଇଁ ବିଶ୍ୱର ୧୦୦ ଜଣ ସର୍ବାଧିକ ଆୟକାରୀ ଖେଳାଳିଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏକ ମାତ୍ର ଭାରତୀୟ ଖେଳାଳି ଭାବେ ସ୍ଥାନ ପାଇଛନ୍ତି। ଏହା ସହିତ ସେ ଏଥିରେ ବିଶ୍ୱର ଏକମାତ୍ର କ୍ରିକେଟ୍ ଖେଳାଳି ଭାବେ ସ୍ଥାନ ପାଇଛନ୍ତି।

ସୋମବାର ଫୋର୍ବସ ପକ୍ଷରୁ ଜାରି କରାଯାଇଥିବା ଏହି ତାଲିକାର ୧୦୦ ତମ ସ୍ଥାନରେ ରହିଛନ୍ତି ବିରାଟ। ଗତ ବର୍ଷକ ମଧ୍ୟରେ ସେ ୨୫ ମିଲିୟନ୍ ଆମେରିକୀୟ ଡଲାର ଆୟ କରିଛନ୍ତି। ଏଥିରୁ ସେ ୪ ମିଲିୟନ ଆମେରିକୀୟ ଡଲାର ଦରମା ଆକାରରେ ପାଇଥିବା ବେଳେ ବାକି ଅର୍ଥ ବିଜ୍ଞାପନ ଆଦିରୁ ପାଇଛନ୍ତି।

ଏହି ତାଲିକାର ଶୀର୍ଷରେ ରହିଛନ୍ତି ଫୁଟ୍‌ବଲ୍ ଖେଳାଳି ଲିଓନେଲ୍ ମେସି। ଅବସରପ୍ରାପ୍ତ ବକ୍ସର ଫ୍ଲୋଇଡ୍ ମେୱେଦରଙ୍କୁ ହଟାଇ ଏହି ବାର୍ସେଲୋନା ଓ ଆର୍ଜେଣ୍ଟିନା ଷ୍ଟାର୍ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଗତ ବର୍ଷକ ମଧ୍ୟରେ ସେ ୧୨୭ ମିଲିୟନ ଆମେରିକୀୟ ଡଲାର ଆୟ କରିଛନ୍ତି।

ଏଭରଗ୍ରୀନ୍ ଟେନିସ୍ ଷ୍ଟାର୍‌ ରୋଜର ଫେଡେରର ଏହି ତାଲିକାର ପଞ୍ଚମ ସ୍ଥାନରେ ଅଛନ୍ତି। ଗତ ବର୍ଷକ ମଧ୍ୟରେ ସେ ୯୩.୪ ମିଲିୟନ୍ ଆମେରିକୀୟ ଡଲାର ଆୟ କରିଛନ୍ତି।

ଅନ୍ୟପକ୍ଷରେ ଏହି ତାଲିକାରେ ଏକମାତ୍ର ମହିଳା ଭାବେ ଟେନିସ୍ ସୁପରଷ୍ଟାର ସେରେନା ୱିଲିୟମ୍ସ ସ୍ଥାନ ପାଇଛନ୍ତି। ସେ ୨୯.୨ ମିଲିୟନ ଆମେରିକୀୟ ଡଲାର ରୋଜଗାର କରିଥିବା ବେଳେ ତାଲିକାର ୬୩ତମ ସ୍ଥାନରେ ରହିଛନ୍ତି।



from Odisha Reporter http://bit.ly/2R8XyaB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages