କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ନିକଟସ୍ଥ କାଉଗୁଣ୍ଠା ଗାଁଠାରେ ଏକ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ପଟାଙ୍ଗି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଏହି ଦୁର୍ଘଟଣାରେ ବସ୍ କଣ୍ଡକ୍ଟର ଗୁରୁତର ଭାବେ ଆହତ ହୋଇଛନ୍ତି। ସେ ଦୀର୍ଘ ସମୟ ଧରି ବସ୍ ତଳେ ଚାପି ହୋଇ ରହିଥିଲେ। ଦମକଳ ବାହିନୀ କର୍ମଚାରୀମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ତାଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଘର କଟକର ଆଠଗଡ଼ ଅଞ୍ଚଳରେ।
ଆଜି ଭୋର୍ ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ‘ନଡ଼ିଆରାଣୀ’ ନାମକ ଏହି ଘରୋଇ ବସ୍ଟି ଭୁବନେଶ୍ୱରରୁ ଜୟପୁର ଯାଉଥିଲା।
from Odisha Reporter http://bit.ly/2Io8pts
No comments:
Post a Comment