ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲଓ୍ୱାମାରେ ଆଇଇଡି ବ୍ଲାଷ୍ଟରେ ସହିଦ ଓଡ଼ିଆ ଯବାନ ଅଜିତ ସାହୁଙ୍କ ମରଶରୀର ଗତକାଲି ରାତି ପ୍ରାୟ ସାଢେ ଗୋଟାଏରେ ବିମାନ ବନ୍ଦରରେ ପହଞ୍ଚିଥିଲା।ଏହାପରେ ସହିଦଙ୍କ ମରଶରୀରକୁ ୧୨୦ ବାଟାଲିୟାନକୁ ନିଆଯାଇଥିଲା। ସେଠାରେ ସେନା ପକ୍ଷରୁ ସହିଦଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ପରେ ରାଜ୍ୟପାଳ ଗଣେଶୀ ଲାଲ୍ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାସହ ବିଧାୟକ ପ୍ରଫୁଲ୍ଲ ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମନ୍ତ୍ରୀ ଅଶୋକ ପଣ୍ଡା ଓ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
ଏହାସହ ବିଜେପି ଏବଂ ୧୨୦ ବାଟାଲିୟାନ ପକ୍ଷରୁ ମଧ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପରେ ସହିଦ ଅଜିତ ସାହୁଙ୍କ ମରଶରୀରକୁ ଢେଙ୍କାନାଳ ପଠାଯାଇଛି। ଆଉ କିଛି ସମୟ ମଧ୍ୟରେ ତାଙ୍କ ମରଶରୀର ଢେଙ୍କାନାଳରେ ପହଞ୍ଚିବ ବୋଲି ଜଣାପଡ଼ିଛି। ସେଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ। ପରେ ତାଙ୍କ ଗାଁଙ୍କୁ ପଠାଯିବ।
ସୂଚନାଯୋଗ୍ୟ, ସୋମବାର ଜାମ୍ମୁ ଓ କଶ୍ମୀରର ପୁଲୱାମା ଅରିହଲ୍ ଅଞ୍ଚଳରେ ଯବାନଙ୍କ ଗାଡ଼ି ଯିବା ବେଳେ ଆଇଇଡି ବିସ୍ଫୋରଣ ହୋଇଥିଲା।ଏଥିରେ ହାବିଲଦାର ଅମରଜିତ କୁମାର ଏବଂ ଅଜିତ ସାହୁ ସହିଦ୍ ହୋଇଥିଲେ।
୨୦୧୫ ମସିହାରେ ସେ ସେନାରେ ସାମିଲ ହୋଇଥିଲେ ଅଜିତ୍। କିଛି ଦିନ ତଳେ ଜମ୍ମୁ ଓ କଶ୍ମୀରକୁ ତାଙ୍କ ବଦଳି ହୋଇଥିଲା।
from Odisha Reporter http://bit.ly/2Y2KtlY
No comments:
Post a Comment