ଶରୀରର ଫ୍ୟାଟ୍‌ କମାଇବ ଆଇସ୍‌ ଥେରାପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 19, 2019

ଶରୀରର ଫ୍ୟାଟ୍‌ କମାଇବ ଆଇସ୍‌ ଥେରାପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ କିଛି ଜିନିଷକୁ ଅଧିକ ସମୟ  ପର୍ଯ୍ୟନ୍ତ ରଖିବା ପାଇଁ ବରଫର ବ୍ୟବହାର କରିଥାଉ। ଏହାକୁ ଫେସିଆଲ୍ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଏହାକୁ ବ୍ୟବହାର କରି ଆପଣ ଶରୀରର ଫ୍ୟାଟ୍‌ ମଧ୍ୟ କମାଇ ପାରିବେ। ଶରୀରର କିଛି ଅଂଶରେ ବରଫ ଲଗାଇଲେ ଫ୍ୟାଟ୍‌ କମ୍‌ ହୋଇଥାଏ ବୋଲି ଏକ ଅଧ୍ୟୟନରୁ ଜଣା ପଡ଼ିଛି। ତାହାଲେ ଆସନ୍ତୁ ଜାଣିବା ଏହି ଆଇସ୍‌ ଥେରାପି ବିଷୟରେ।

କ’ଣ ଏହି ଆଇସ୍‌ ଥେରାପି

ବିଭିନ୍ନ ପାନୀୟରେ ଆଇସ୍‌ ବ୍ୟବହାର କରିବା ସହ ଆମେ ମସାଜ୍‌ ପାଇଁ ମଧ୍ୟ ଆଇସ୍‌ର ବ୍ୟବହାର କରିଥାଉ। ଶରୀରର କିଛି ଅଙ୍ଗରୁ ଫ୍ୟାଟ୍‌ କମ୍‌ କରିବା ପାଇଁ ବରଫର ବ୍ୟବହାର କରାଯାଇଥାଏ। ଏହାକୁ ଆଇସ୍‌ ଥେରାପି କୁହାଯାଏ।

ଅଧ୍ୟୟନରୁ ଜଣାପଡ଼ିଛି ଯେ, ଶରୀରର ଫ୍ୟାଟ୍‌ ଅଧିକା ଥିବା ଅଙ୍ଗରେ ବରଫ୍‌ ମାଲିସ୍‌ କରିବା ଦ୍ୱାରା ଫ୍ୟାଟ୍‌ କମିଥାଏ। ବରଫ ଶରୀରକୁ ଡିଟକ୍ସିଫାଇ କରିବା ସହ ଟିସୁକୁ ବାନ୍ଧି ରଖିବାରେ ସାହାଯ୍ୟ କରିଥାଏ।

ଏହିପରି କରନ୍ତୁ ବ୍ୟବହାର

ଆଇସ୍‌ ଥେରାପିକୁ ଘରେ କରିବା ପାଇଁ ଆପଣ ଏକ ଜିପ୍‌ ଲକ୍‌ ବ୍ୟାଗ୍‌ ନିଅନ୍ତୁ। ଏଥିରେ ଆଇସ୍‌ ଭର୍ତ୍ତି କରି ଫ୍ୟାଟ୍‌ ଥିବା ଜାଗାରେ ମାଲିସ୍‌ କରନ୍ତୁ। ଆପଣ ଏକ କପଡ଼ାରେ ଆଇସ୍‌ ଭର୍ତ୍ତି କରି  ମଧ୍ୟ ବ୍ୟବହାର କରି ପାରିବେ। ମନେରଖନ୍ତୁ ଏହାକୁ ସିଧାସଳଖ ଶରୀରରେ ମାଲିସ୍‌ କରନ୍ତୁ ନାହିଁ। ଏହା ଆପଣଙ୍କ ତ୍ୱଚାକୁ କ୍ଷତି ପହଞ୍ଚାଇପାରେ।



from Odisha Reporter http://bit.ly/2WVWdKn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages