୧୦ ଜୁନ୍,ସୋମବାର: ମାନସିକ ଅଶାନ୍ତିରେ ରହିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 9, 2019

୧୦ ଜୁନ୍,ସୋମବାର: ମାନସିକ ଅଶାନ୍ତିରେ ରହିବେ

ମେଷ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ବୃଷ: ଦିନଟି ଭଲରେ କଟିବ। ପରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ଚାକିରିକ୍ଷେତ୍ରରେ ପଦୋନ୍ନତି ହୋଇପାରେ।

ମିଥୁନ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ଗହଣା କିମ୍ବା ଯାନବାହାନ କିଣିବାର ଯୋଗ ରହିଛି।

କର୍କଟ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ଚିନ୍ତାଧାରାଠାରୁ ଦୂରେଇ ରୁହନ୍ତୁ। ଗଣେଶଙ୍କ ଆରଧନା କରନ୍ତୁ। ମନ ଶାନ୍ତ ରହିବ।

ସିଂହ: ଅଳସୁଆ ଲାଗିବ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ସନ୍ତାନର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

କନ୍ୟା: ମାନସିକ ଅଶାନ୍ତିରେ ରହିବେ। ଅଫିସରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଝଗଡ଼ା ହୋଇପାରେ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ତୁଳା: କାର୍ଯ୍ୟରେ ସଫଳତା ମିଳିବ। ଭାଇଭଉଣୀଙ୍କ ସହ ଖୁସିରେ ଦିନଟି କାଟିବେ। ଶୁଭ ସମାଚାର ମିଳିପାରେ।

ବିଚ୍ଛା: ଆତ୍ମବିଶ୍ୱାସ ବଢ଼ିବ। ଛାତିରେ ଯନ୍ତ୍ରଣା ଅନୁଭବ କରିବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।

ଧନୁ: ଧାର୍ମିକ ସ୍ଥଳୀକୁ ବୁଲି ଯାଇପାରନ୍ତି। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବ୍ୟସ୍ତତା ଭିତରେ ଦିନଟି କଟିବ।

ମକର: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଆୟଠାରୁ ବ୍ୟୟ ଅଧିକ ହେବ। ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ: ନୂଆ କାମ ଆରମ୍ଭ କରିପାରନ୍ତି। ଯାତ୍ରା କରନ୍ତୁ ନାହିଁ। ଦୁର୍ଘଟଣା ଘଟିପାରେ। ସତର୍କ ରୁହନ୍ତୁ।

ମୀନ: ଚାକିରି କରୁଥିବା ଲୋକେ କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ।



from Odisha Reporter http://bit.ly/2KIP3SF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages