ମାଛଧରାକୁ ନେଇ ଯୁବକଙ୍କୁ ଛୁରାମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 9, 2019

ମାଛଧରାକୁ ନେଇ ଯୁବକଙ୍କୁ ଛୁରାମାଡ଼

କଟକ(ପ୍ରଭାତ ବିଷୋୟୀ): କଟକ ସହର ସ୍ଥିତ ଯୋବ୍ରା ମାଟିଆ ମଙ୍ଗଳା ସାହିରେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଆହତ ଯୁବକଙ୍କ ନାଁ ତପନ ବେହେରା। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ଦୁଇ ଜଣ ଯୁବକ ତପନଙ୍କ ଘରେ ପଶି  ଛୁରାମାଡ଼ କରି ଫେରାର୍ ହୋଇଯାଇଥିବା ତାଙ୍କ ପରିବାର ଲୋକ କହିଛନ୍ତି। ତେବେ ଯୋବ୍ରା ବ୍ୟାରେଜ୍‌ ଉପରେ ମାଛଧରାକୁ ନେଇ ତପନଙ୍କ ଉପରେ ଛୁରାମାଡ଼ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତପନଙ୍କ ଶରୀରର ୫ଟି ସ୍ଥାନରେ ଆଘାତ ଲାଗିଛି। ମାଲଗୋଦାମ ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ତପନଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଛି। ସେ କିଛିଦିନ ହେବ ଜାମିନ୍‌ରେ ଆସିଥିଲେ।



from Odisha Reporter http://bit.ly/2K6LA0w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages