କୋଲକାତା: ସାଧାରଣ ନିର୍ବାଚନ ପାଇଁ ବ୍ୟବହୃତ ହୋଇଥିବା ଇଭିଏମ୍ ମେସିନ୍ ହଟାଇବା ଦାବିରେ ପୁଣି ଏକ ହେବା ପାଇଁ ୨୩ ବିରୋଧୀ ଦଳକୁ ଆହ୍ୱାନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଇଭିଏମ୍ ବଦଳରେ ବ୍ୟାଲଟ ପେପର ବ୍ୟବହୃତ ଦାବି କରି ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ମମତା ବାନାର୍ଜୀ କହିଛନ୍ତି।
ସାଧାରଣ ନିର୍ବାଚନରେ ବିଜେପି ପାଖରୁ ହାରିବା ପରେ ଗତକାଲି ମମତା ବାନାର୍ଜୀ ବିଧାୟକ, ମନ୍ତ୍ରୀ ଏବଂ ନବ ନିର୍ବାଚିତ ସାଂସଦଙ୍କୁ ଡ଼ାକି ବୈଠକ କରିଥିଲେ। ଦୁଇ ଘଣ୍ଚା ଧରି ବୈଠକ କରିବା ପରେ ନିର୍ବାଚନରେ ଇଭିଏମ୍ ହଟାଇବା ଦାବିରେ ଆନ୍ଦୋଳନ ହେବ ବୋଲି ଦଳ ନିଷ୍ପତ୍ତି ନେଇଛି। ଆମେରିକା ଭଳି ଅନେକ ଦେଶ ଇଭିଏମ୍ ମେସିନକୁ ବ୍ୟାନ କରିଛି, ତେଣୁ ଭାରତ ମଧ୍ୟ ଇଭିଏମକୁ ବାତିଲ କରିବା ଦରକାର ବୋଲି ସେ କହିଛନ୍ତି।
ରାଜ୍ୟରେ ବିଜେପି ଅର୍ଥବଳ, ସରକାରୀ କଳର ଅପବ୍ୟବହାର କରି ଆଗକୁ ବଢ଼ିଛି ବୋଲି ମମତା କହିଛନ୍ତି। ଏବଂ ଏଥିପାଇଁ ବାମପନ୍ଥୀ ଦଳ ଭିତିରିଆ ଭାବରେ ବିଜେପିକୁ ସମର୍ଥନ ଦେଇଛି ବୋଲି ସେ କହିଛନ୍ତି।
ଚଳିତ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗର ୪୨ ଲୋକସଭା ଆସନରୁ ଟିଏମସି ୨୨ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ୧୮ଟି ଏବଂ କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଛି।
from Odisha Reporter http://bit.ly/2JUPcTm
No comments:
Post a Comment