ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ହୋଇଉଠିଛି ସମ୍ବଲପୁର। ଦେବ ବିବାହ ପାଇଁ ଧୁମ୍ଧାମ୍ରେ ଚାଲିଛି ଆୟୋଜନ। ଶିବ-ପାର୍ବତୀ ବିବାହ ପୂର୍ବରୁ ଗତକାଲି ରାତିରେ ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟସଂପନ୍ନ ହୋଇଛି।
ଏହା ପୂର୍ବରୁ ସନ୍ଧ୍ୟାରେ ବରପିତା ସପ୍ତରୁଷି ପଣ୍ଡିତ ମଣ୍ଡଳୀ ଓ ମୁରବୀ ମାନଙ୍କୁ ସାଙ୍ଗରେ ନେଇ ବିରାଟ ଶୋଭାଯାତ୍ରାରେ କୁଲୁଥକାନି ସ୍ଥିତ କନ୍ୟାପିତାଙ୍କ ଘରକୁ ଯାଇଥିଲେ। ବରପକ୍ଷ ମହାଦେବଙ୍କ ସହିତ ଦେବୀ ପାର୍ବତୀଙ୍କ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଏହାପରେ ପରମ୍ପରା ମୁତାବକ ସର୍ଗିପତ୍ର ବିଡ଼ା ଦେଇ ନିର୍ବନ୍ଧ ପକ୍କା ହୋଇଥିଲା।
ପରେ କନ୍ୟା ମାତାପିତା ସପ୍ତରୁଷି ଓ ବରପକ୍ଷଙ୍କୁ ସେମାନେ ବାଟରୁ ପାଛୋଟି ନେଇଥିଲେ। ସମସ୍ତଙ୍କୁ ଯଥାବିଧି ସତ୍କାର କରିବା ସହ ମିଷ୍ଟାନ୍ନ ଓ ସୁସ୍ୱାଦୁ ଭୋଜନରେ ଅପ୍ୟାୟିତ କରିଥିଲେ। ନିର୍ବନ୍ଧ ଥିବାରୁ ଘରକୁ ରଙ୍ଗିନ ଆଲୋକମାଳାରେ ସଜାଇଥିଲେ।
ନନ୍ଦପଡା ବାଲୁଙ୍କେଶ୍ୱର ବାବାଙ୍କର ପତରପେଣ୍ଡି ପରେ ହେବ ଦେବ ନିମନ୍ତ୍ରଣ। ସହରର ବିଭିନ୍ନ ଦେବାଦେବୀଙ୍କୁ ଶିବ ବିବାହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯିବ। ଆସନ୍ତା ୭ ତାରିଖରେ ହେବ ଶିବ ବିବାହ।
from Odisha Reporter http://bit.ly/2MC1ge6
No comments:
Post a Comment