ଜୟପୁର(ଟି.ଗୌରୀଶଙ୍କର): କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା ଅନ୍ତର୍ଗତ ଭେଜାପୁଟ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଗତକାଲି ବିଳମ୍ୱିତ ରାତିରେ ଶୋଇଥିବା ବେଳେ ଗୋଟିଏ ଘର ଉପରେ ବାଲି ବୋଝେଇ ଟ୍ରକ ମାଡ଼ି ଯିବାରୁ ଘଟଣାସ୍ଥଳରେ ବାପା, ମାଆ ଓ ୮ ବର୍ଷ ଝିଅର ମୃତ୍ୟୁ ହୋଇଛି।
ତେବେ ପରିବାରର ଆଉ ଜଣେ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ପରେ ଗାଁରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି।
ଅନ୍ୟପକ୍ଷରେ ଟ୍ରକ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି ନା ଡ୍ରାଇଭର ନିଶାଗ୍ରସ୍ତ ଥିଲେ ଏନେଇ ସାଧାରଣରେ ପ୍ରଶ୍ନ ଉଠିଛି।
ଟ୍ରକ୍ ଡ୍ରାଇଭର ଫେରାର୍ ହୋଇଯାଇଛନ୍ତି। ତେବେ ଟ୍ରକ୍ଟି ଶିମିଳିଗୁଡ଼ାରୁ ଦାମନଯୋଡ଼ି ଯାଉଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟି ମାଥନପୁଟ ଅଞ୍ଚଳର ବୋଲି ସୂଚନା ମିଳିଛି। ସୁନାବେଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
from Odisha Reporter http://bit.ly/2wUJ84u
No comments:
Post a Comment