ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରା ଦିନେ ଲେମ୍ବୁ ପାଣି ପିଇବା ଶରୀର ସମେତ ତ୍ୱଚା ଲାଗି ବି ଲାଭଦାୟକ ହୋଇଥାଏ। ଏହା ଶରୀରରେ ଜଳୀୟ ଅଂଶର ମାତ୍ରା ଠିକ୍ ରଖିବା ସହ ତ୍ୱଚାକୁ ହାଇଡ୍ରେଡ କରିଥାଏ। ଏଥିରେ ଭିଟାମିନ ସି’ ଭରପୁର ମାତ୍ରାରେ ଥାଏ। ଯାହାକି ସ୍ୱାସ୍ଥ୍ୟ ଲାଗି ଖୁବ୍ ଲାଭଦାୟକ ହୋଇଥାଏ। ତ୍ୱଚାରେ ଚମକ ଆଣିବା ସହ ଲେମ୍ବୁ ପାଣି କବଜ୍, କିଡନୀର ବହୁ ସମସ୍ୟା ଦୂର କରିଥାଏ।
ଲେମ୍ବୁ ପାଣି ପିଇବା ଦ୍ୱାରା ଲିଭର ସମସ୍ୟା ଦୂର ହୋଇଥାଏ। ଏହାବ୍ୟତୀତ ଆପଣ ଯଦି ଅବସାଦରେ ରହୁଛନ୍ତି ଓ ରକ୍ତଚାପ ବଢି ଯାଉଛି, ତା ହେଲେ ଲେମ୍ବୁ ପାଣି ଆପଣଙ୍କ ଲାଗି ଫାଇଦା ହୋଇଥାଏ। ଏହାକୁ ପିଇବା ଦ୍ୱାରା ପାଚନ କ୍ରିୟା ଠିକ୍ ହୋଇଥାଏ। ଏଥିରେ ଆପଣଙ୍କୁ ଆଇରନ, ମ୍ୟାଗନେସିୟମ, ପୋଟାସିୟମ ଓ ମିନେରାଲ୍ସ ମିଳିଥାଏ।
ଆପଣଙ୍କ କିଡନୀରେ ଷ୍ଟୋନ ସମସ୍ୟା ଥିଲେ, ଲେମ୍ବୁ ପାଣି ଆପଣଙ୍କ ଲାଗି ରାମବାଣ ସଦୃଶ ହୋଇଥାଏ। ଯଦି ଆପଣ ଡାଇବେଟିସ ରୋଗୀ ତା, ହେଲେ ପ୍ୟାକେଟ ଜୁସ୍ ପିଇବା ବଦଳରେ ଲେମ୍ବୁ ପାଣିକୁ ହିଁ ପ୍ରାଥମିକତା ଦିଅନ୍ତୁ। ଏହାକୁ ପିଇବା ଦ୍ୱାରା ଓଜନ ମଧ୍ୟ କମ ହୋଇଥାଏ। ସକାଳୁ ଉଠି ଖାଲି ପେଟରେ ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀର ସୁବ୍ୟବସ୍ଥିତ ରହିଥାଏ।
ଲେମ୍ବୁ ପାଣିରେ ମହଜୁଦ ଭିଟାମିନ ସି ତ୍ୱଚା ଉପରେ ବୟସର ଛାପ ପକାଇବାକୁ ଦେଇ ନଥାଏ। ଏହାକୁ ନିୟମିତ ପିଇବା ଦ୍ୱାରା ଆପଣଙ୍କ ବଢୁଥିବା ବୟସର ଛାପକୁ ରୋକି ପାରିବେ। ତ୍ୱଚା ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଲେମ୍ବୁ ପାଣି ପିଇବା ଦ୍ୱାରା ଆପଣଙ୍କ ବଢୁଥିବା ବୟସ ଥମିଯିବା ପରି ଲାଗିବ।
ଲେମ୍ବୁରେ ଥିବା ସାଇଟ୍ରିକ ଏସିଡ ଯୋଗୁ ବ୍ରଣ ସମସ୍ୟା ଦୂର କରିଥାଏ। ଯଦି ଆପଣଙ୍କ ବ୍ରଣ ବାହାରୁଛି, ତା ହେଲେ ଆପଣ ଲେମ୍ବୁ ପାଣି ନିୟମିତ ପିଅନ୍ତୁ। ଏହା ବ୍ୟତୀତ ତ୍ୱଚାରେ ଲେମ୍ବୁର ଲେପ ଲଗାନ୍ତୁ। ଏହା ତ୍ୱଚାର ଅନ୍ୟ କୋଷିକାର କ୍ଷମତାକୁ ବି ବଢାଇଥାଏ। ଏହାଦ୍ୱାରା ଚେହେରାରେ ଥିବା ବିଭିନ୍ନ ପୁରୁଣା ଦାଗ ଦୂର ହୋଇଯାଇଥାଏ।
from Odisha Reporter http://bit.ly/2WGatlp
No comments:
Post a Comment