ବିପୁଳ ପରିମାଣରେ ବ୍ରାଉନସୁଗର ଜବତ; ୪ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 17, 2019

ବିପୁଳ ପରିମାଣରେ ବ୍ରାଉନସୁଗର ଜବତ; ୪ ଗିରଫ

ବାଲେଶ୍ୱର(ରଶ୍ମି ରଞ୍ଜନ ଦାସ): ବାଲେଶ୍ୱର ସହର ଉପକଣ୍ଠ ୨ଟି ସ୍ଥାନରେ ପୁଲିସ ଚଢାଉ କରି ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି। ଜବତ ବ୍ରାଉନସୁଗରର ଓଜନ ପ୍ରାୟ ୧ କିଲୋରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

ଏହି ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ମୂଲ୍ୟବାନ କାର୍‌ ମଧ୍ୟ ଜବତ କରାଯାଇଛି।
ଜଳେଶ୍ୱର ଓ ଭୋଗରାଇ ଅଞ୍ଚଳକୁ କାର୍‌ରେ ବ୍ରାଉନସୁଗର ଯାଉଥିବା ପୁଲିସ୍‌ କୌଣସି ସୂତ୍ରରୁ ଖବର ପାଇଥିଲା। ସହଦେବଖୁଣ୍ଟା ଥାନା ପୁଲିସ ଗତ ରାତିରେ ସହର ଉପକଣ୍ଠ ଦହିପଡ଼ା ଓ ଫୁଲାଡି ଆଦି ଅଞ୍ଚଳରେ ଚଢାଉ କରିଥିଲା ଓ ବିପୁଳ ପରିମାଣରେ ବ୍ରାଉନସୁଗର ଜବତ କରି ଥିଲା।

ପୂର୍ବରୁ ଅଳ୍ପ ପରିମାଣର ବ୍ରାଉନସୁଗର ଜବତ ହେଉଥିଲା। ହେଲେ ଏଥର ଏତେ ପରିମାଣର ବ୍ରାଉନସୁଗର ଜବତ ହେବା ପୁଲିସର ଚିନ୍ତା ବଢାଇ ଦେଇଛି। ଏହାର ଚେର ବହୁତ ଲମ୍ୱା ଥିବା ଅନୁମାନ କରି ପୁଲିସ ଖୋଳତାଡ ଆରମ୍ଭ କରିଛି।



from Odisha Reporter http://bit.ly/2WKDOvi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages