କିୟାରାଙ୍କୁ ପାଠ ସହ ପ୍ୟାର ବି ଶିଖାଉଛନ୍ତି ସାହିଦ, ଆସିଲା ନୂଆ ଗୀତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 14, 2019

 କିୟାରାଙ୍କୁ ପାଠ ସହ ପ୍ୟାର ବି ଶିଖାଉଛନ୍ତି ସାହିଦ, ଆସିଲା ନୂଆ ଗୀତ

ମୁମ୍ୱାଇ:  ମେଡିକାଲ ଟପ୍ପର ସାହିଦ କପୁର କ୍ଲାସରେ ସମସ୍ତଙ୍କୁ  ପାଠ ପଢାଉଛନ୍ତି। ହେଲେ  ପାଠ ସହ ହିରୋଇନ କିୟାରା ଆଡଭାନୀଙ୍କୁ ଭଲ ପାଇବା ମଧ୍ୟ ଶିଖାଉଛନ୍ତି । ତାହା ପୁଣି ଡରାଇ ଧମକାଇ।  ନିଜ ବୁଲେଟରେ କିୟାରାଙ୍କୁ ବସାଇ ବାହାରକୁ ନେଇ ସ୍ୱପ୍ନ ରାଇଜରେ ବୁଲୁଛନ୍ତି। ବହୁତ ଭଲ ବି ପାଉଛନ୍ତି।

ଶାହିଦ କପୁର ଓ କିୟାରା ଆଡଭାନୀଙ୍କ ଫିଲ୍ମ ‘କବୀର ସିଂ’ର ଆଉ ଏକ ଗୀତ ‘କେସେ ହୁଆ’ରେ ହୋଇଛି ଏପରି ପିକ୍‌ଚରାଇଜେସନ୍‌।  ରିଲିଜ ହେଉ ହେଉ ବି ଖୁବ୍‌ ପପୁଲାର ହୋଇଛି ଏହି ଗୀତ। ଏଥିରେ ସାହିଦ ନିଜ ତରିକାରେ ନାୟିକାଙ୍କୁ ଇମ୍ପ୍ରେସ୍‌ କରିବାକୁ ଚେଷ୍ଟା କରିଛନ୍ତି। ଏହି ଗୀତକୁ ମନୋଜ ମୁନ୍ତିସର ଲେଖିଥିବା ବେଳେ ମ୍ୟୁଜିକ୍‌ ଓ ସ୍ୱର ବିଶାଲ ମିଶ୍ରା ଦେଇଛନ୍ତି।

ଏହି ଗୀତରେ ସାହିଦ ନିଜ ୱାନ ସିଟ୍‌ ବୁଲେଟରେ କିୟାରାଙ୍କୁ ବୁଲାଇବାକୁ ଆଉ ଏକ ସିଟ୍‌ ଯୋଡି ଦେଇଛନ୍ତି।    ଭିନ୍ନ ଲୁକ୍‌, ଗେଟଅପ୍‌ ଓ ଅବତାରରେ ନଜର ଆସିବେ ସାହିଦ ।  ଏଠାରେ କହି ରଖୁଛୁ ଯେ, ‘କବୀର ସିଂହ’ ଫିଲ୍ମ ତେଲଗୁ ବ୍ଲକବଷ୍ଟର ଅର୍ଜ୍ଜୁନ ରେଡ୍ଡୀ ଫିଲ୍ମର ରିମେକ୍‌।  ହେଲେ ଏହା କପି, ପେଷ୍ଟ ଫିଲ୍ମ ନୁହେଁ ।

ଏହା ସମ୍ପୂର୍ଣ୍ଣ ଅରିଜିନାଲ। ୨ଟି ଫିଲ୍ମର ମେନ୍‌ ଲିଡ କ୍ୟାରେକ୍ଟର ସମ୍ପୂର୍ଣ୍ଣ ଭିନ୍ନ।  ସବୁ ଫିଲ୍ମ ନିର୍ମାଣ ହେବା ବେଳେ ଏହା ଯେପରି ପ୍ରଥମ ଥର ନିର୍ମାଣ ହେଉଛି, ତାହା ଧ୍ୟାନ ରଖିବା ଦରକାର। ଫଳରେ ଭଲ ଫିଲ୍ମ ହୋଇ ପାରିବ ବୋଲି କହିଛନ୍ତି ସେ।



from Odisha Reporter http://bit.ly/2IkPLnz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages