ଆଲିଗଡ଼: ସ୍ୱାମୀ ସାଜିଲା ହତ୍ୟାକାରୀ। ତାନ୍ତ୍ରିକ ସହ ଶାରୀରିକ ସମ୍ପର୍କ ରଖିବାକୁ ରାଜି ନ ହେବାରୁ ନିଜ ସ୍ତ୍ରୀକୁ ନଦୀରେ ବୁଡ଼ାଇ ମାରିଦେଇଛି ସ୍ୱାମୀ। ଉତ୍ତର ପ୍ରଦେଶର ଆଲିଗଡ଼ରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁବାର ଦିନ ଏହି ଘଟଣା ଘଟିଥିଲା ବୋଲି ଆଲିଗଡ ପୁଲିସ ସୂଚନା ଦେଇଛି। ଉଭୟ ସ୍ୱାମୀ ଏବଂ ତାନ୍ତ୍ରିକକୁ ପୁଲିସ ବାନ୍ଧି ନେଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ମନପାଲ (ମୃତ ମହିଳାଙ୍କ ସ୍ୱାମୀ) ନିଜ ସ୍ତ୍ରୀକୁ ଜଣେ ତାନ୍ତ୍ରିକ ସନ୍ଥଦାସ ଦୁର୍ଗା ଦାସଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲା। ହେଲେ ମହିଳା ଜଣଙ୍କ ଏହାକୁ ବିରୋଧ କରିଥିଲେ। ଏହା ପରେ ମନପାଲ ନିଜ ସ୍ତ୍ରୀକୁ ବୁଝାଇ ସୁଝାଇ ନଦୀ ପାଖକୁ ବୁଲାଇ ନେଇଥିଲା। ନଦୀ ପାଖରେ ଯାଉଥିବା ବେଳେ ନିଜ ସ୍ତ୍ରୀକୁ ମନପାଲ ନଦୀକୁ ଠେଲି ଦେଇଥିଲା ଓ ପରେ ତାକୁ ପାଣିରେ ବୁଡ଼ାଇ ମାରିଦେଇଥିବା ଜଣାପଡ଼ିଛି। ମହିଳାଙ୍କ ପୁଅ ଏହା ଦେଖି ଚିତ୍କାର କରିଥିଲା। କିନ୍ତୁ କାହାକୁ ଏହି ଘଟଣା ବାବଦରେ କହିଲେ ମାରି ଦେବ ବୋଲି ନିଜ ପୁଅକୁ ଧମକ ଦେଇଥିଲା ମନପାଲ।
ମୃତ ମହିଳାଙ୍କ ଭାଇ ରାଜେଶ କୁମାର ଦଡନ ଥାନାରେ ଏତଲା ଦେବା ପରେ ପୁଲିସ ମନପାଲ ଓ ତାନ୍ତ୍ରିକକୁ ବଦାୟୁନ ଜିଲ୍ଲାରୁ ଗିରଫ କରିଛି। ନଦୀରେ ମହିଳାଙ୍କୁ ଠେଲି ମାରିଦେବା ପରେ ମନପାଲ ଓ ତାନ୍ତ୍ରିକ ଦୁର୍ଗାଦାସ ନଦୀ ପାରି ହୋଇ ପଡ଼ୋଶୀ ବଦାୟୁନ ଜିଲ୍ଲାକୁ ପଳାଇଥିଲେ।
ମୃତ ମହିଳାଙ୍କ ସ୍ୱାମୀ ରାଜେଶ କୁମାର କହିଛନ୍ତି, ତାଙ୍କ ଭଉଣୀ ଦୁଇ ଦିନ ତଳେ ମନପାଲ ବାବଦରେ ସବୁ କଥା ତାଙ୍କୁ କହିଥିଲେ। ହେଲେ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ହୋଇଯାଇଥିବା ଜାଣିବାକୁ ପାଇଥିଲେ।
ପୁଲିସ ମହିଳାଙ୍କ ଶବକୁ ନଦୀରୁ ଜବତ କରଛି। ଏଥିସହିତ ତାନ୍ତ୍ରିକ ଦୁର୍ଗାଦାସ ନାଁରେ ପୂର୍ବରୁ ଅପରାଧିକ ମାମଲା ଥିବା ଓ ଗତବର୍ଷ ଦୁର୍ଗଦାସ ପାଖରୁ ନିଶାଦ୍ରବ୍ୟ ହେରୋଇନ ଜବତ ହୋଇଥିବା ପୁଲିସ କହିଛି।
from Odisha Reporter http://bit.ly/2WHikUV
No comments:
Post a Comment