ଆପଣଙ୍କ ଏହି ଅଭ୍ୟାସ ଯୋଗୁ ନଷ୍ଟ ହେଉଛି ଖାଦ୍ୟ ଏବଂ ପଇସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 10, 2019

ଆପଣଙ୍କ ଏହି ଅଭ୍ୟାସ ଯୋଗୁ ନଷ୍ଟ ହେଉଛି ଖାଦ୍ୟ ଏବଂ ପଇସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ’ଣ ଆପଣ ଜାଣିଛନ୍ତି କି, ପ୍ରତି ମାସରେ ଆପଣ କିଣୁଥିବା ସଉଦାର ୩୦ ପ୍ରତିଶତ ଆପଣଙ୍କ ଅଜାଣତରେ ନଷ୍ଟ ହୋଇଥାଏ। ପ୍ରାୟ ସବୁ ମାସରେ ଆପଣ ଯେତିକି ଖାଇବା ଜିନିଷ କିଣୁଛନ୍ତି, ତାର ୩୦ ପ୍ରତିଶତ ନଷ୍ଟ ହେବା ସହ ପଇସା ମଧ୍ୟ ବର୍‌ବାଦ୍‌ ହୋଇଥାଏ।

ଅନେକ ଲୋକଙ୍କୁ ଖାଦ୍ୟ ଖାଇବାକୁ ମିଳୁନଥିବା ବେଳେ ସେମାନେ ଭୋଜିମାନଙ୍କରେ ବଳି ଯାଇଥିବା ଖାଦ୍ୟ ବାହାରୁ ଗୋଟାଇ ଖାଆନ୍ତି। ଏହାର ଅନେକ ଚିତ୍ର ଆପଣମାନେ ସୋଶାଲ୍ ମିଡିଆରେ ଦେଖିଥିବେ।

ଏହା ଆମମାନଙ୍କର ଖରାପ୍‌ ଅଭ୍ୟାସ ଯୋଗୁ ହୋଇଥାଏ। ଯଦି ଆମେ ଖରାପ୍‌ ଅଭ୍ୟାସରେ କିଛିଟା ପରିବର୍ତ୍ତନ ଆଣିପାରିବା ତାହାଲେ ଖାଦ୍ୟ ନଷ୍ଟ ହେବନାହିଁ।

ତାହାଲେ ଜାଣନ୍ତୁ କ’ଣ ସବୁ କଲେ ଖାଦ୍ୟ ନଷ୍ଟ ହେବ ନାହିଁ।

୧, ଆପଣ ଭାବନ୍ତି ଯେ, ଥରୁଯିଏ ବଜାରକୁ ଯାଇ ପୁରା ସପ୍ତାହର ଜିନିଷ କିଣି ଆଣିବେ। ଆଉ ଯେତେବେଳେ ଯାହା ଖାଇବାକୁ ଇଚ୍ଛା ହେବ ତାହା ଖାଇବେ। ଏହା କରିବା ଭୁଲ୍‌।

ଆପଣ ଏକା ଥରେ ବହୁତ୍‌ ପରିବା ପତ୍ର ବା ଜିନିଷ କିଣି ଆଣିଲେ ତାହା ଅଧିକା ଦିନ ନ ରହି ନଷ୍ଟ ହୋଇଯାଇଥାଏ। ଏଥିରେ ଆପଣଙ୍କ ପଇସା ବେକାର୍‌ ଯିବା ସହ ଖାଦ୍ୟ ମଧ୍ୟ କୌଣସି କାମରେ ଲାଗି ନଥାଏ।

୧-ଆପଣ ଖାଦ୍ୟ ନଷ୍ଟ କରିବାକୁ ନ ଚାହୁଁଥିଲେ  ଅଳ୍ପ ପରିବା ସାମଗ୍ରୀ ଆଣନ୍ତୁ। ଯେତେବେଳେ ଯେଉଁ ସାମଗ୍ରୀ ଦରକାର ତାହା ଆଣିଲେ ନଷ୍ଟ ହେବାର କମ୍‌ ସମ୍ଭାବନା ଥାଏ। ଏହା କଲେ ଆପଣ ବାସୀ ଜିନିଷ ନ ଖାଇ ତଟକା ଜିନିଷ ଖାଇ ପାରିବେ।

୨- ଖାଇବା ତିଆରି କରିବା ପୂର୍ବରୁ ମେନ୍ୟୁ ବିଷୟରେ ଭଲରେ ଜାଣି ଦିଅନ୍ତୁ। କେତେ ଲୋକଙ୍କ ପାଇଁ ଖାଇବା ତିଆରି ହେବ। କ’ଣ କ’ଣ ତିଆରି ହେବ ତାହା ପୂର୍ବରୁ ଠିକ୍‌ କରି ଦିଅନ୍ତୁ। ଏହା କଲେ ଆପଣଙ୍କ ଖାଦ୍ୟ ନଷ୍ଟ ହେବ ନାହିଁ।

୩- ସଉଦା ଜିନିଷ କିଣିବା ଆଗରୁ ଆପଣ ଚିଠା ପ୍ରସ୍ତୁତ କରି ନିଅନ୍ତୁ। ଅନେକ ଲୋକ ଥାନ୍ତି ଯେଉଁମାନେ କି ଅନୁମାନ କରି ବଜାରରୁ ଜିନିଷ ଆଣିଥାନ୍ତି। ପରେ ତାହା ଅଧିକା ଆସିଯାଇଛି ବୋଲି ଜଣାପଡ଼େ। ଏଥିପାଇଁ ମଧ୍ୟ ଖାଦ୍ୟ ନଷ୍ଟ ହେବା ସହ ପଇସା ବି ବେକାର୍‌ ଯାଇଥାଏ।

୪-ଆମେ ଏକାଥରେ ଅଧିକା ଫଳ କିଣି ଆଣି ଫ୍ରୀଜ୍‌ରେ ରଖିଥାଉ। ଏହା ଅଧିକା ଦିନ ପର୍ଯ୍ୟନ୍ତ ଭଲ ରହିପାରେ ନାହିଁ। ଆପଣ ଏହାକୁ ଅଧିକା ନ ଆଣି ଅଳ୍ପ ଅଳ୍ପ ଆଣନ୍ତୁ। ଫଳ ତାଜା ମିଳିବା ସହ ପଇସା ବି ବଞ୍ଚିବ।



from Odisha Reporter http://bit.ly/2F3jY8k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages