ଫୋନି ଦ୍ୱାରା କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାକୁ ମିଳିବ ୧୯୭ କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 10, 2019

ଫୋନି ଦ୍ୱାରା କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାକୁ ମିଳିବ ୧୯୭ କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଫୋନି’ରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଯାଇଥିବା ପୁରୀ ଜିଲ୍ଲା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୯୭ କୋଟି ୫୯ ଲକ୍ଷ ଟଙ୍କା ମଞ୍ଜୁର କରିଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ।
‘ଫୋନି’ ପ୍ରକୋପରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ପକ୍କା ଓ କଚ୍ଚା ଘର ପାଇଁ ୯୫ ହଜାର ଶହେ ଟଙ୍କା କ୍ଷତିପୂରଣ ଦିଆଯିବ। ଅଳ୍ପ ବା ଆଶିଂକ କ୍ଷତିଗ୍ରସ୍ତ ହୋଇଥିବା ପକ୍କା ଘର ପାଇଁ ୫ ହଜାର ୨୦୦ ଓ ମାଟି ବା ଚାଳ ଛପର ଘର ପାଇଁ ୩ ହଜାର ୨୦୦ ଟଙ୍କା ଲେଖାଏ ମିଳିବ। ନଷ୍ଟ ହୋଇଥିବା କୁଡ଼ିଆ ଘର ପାଇଁ ୪୧୦୦ ଟଙ୍କା ଓ ଗୁହାଳ ପାଇଁ ୨୧୦୦ ଟଙ୍କା ଦିଆଯିବ। ଏହି ହିସାବରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତଙ୍କୁ ପ୍ରଥମ କିସ୍ତିରେ ୨୦ ହଜାର ଟଙ୍କା, ଏହାଠୁ କମ୍‌ କ୍ଷତିଗ୍ରସ୍ତଙ୍କୁ ପ୍ରଥମ କିସ୍ତିରେ ୧୦ ହଜାର ଟଙ୍କା, ଆଶିଂକ କ୍ଷତିଗ୍ରସ୍ତ ପକ୍କା ଘର ଲାଗି ପ୍ରଥମ କିସ୍ତିରେ ୫୨୦୦ ଟଙ୍କା ଓ କଚା ଘର ବା ମାଟି ଘର ଲାଗି ହିତାଧିକାରୀଙ୍କୁ ୩୨୦୦ଟଙ୍କା ଲେଖାଏ ଦିଆଯିବ। 

ଏଣୁ ପୁରୀ ଜିଲ୍ଲାରେ କ୍ଷତିଗ୍ରସ୍ତଙ୍କୁ ପ୍ରଥମ କିସ୍ତି ଟଙ୍କା ଦେବା ଲାଗି ସରକାର ୧୯୭ କୋଟି ୫୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି ଟଙ୍କା କ୍ଷତିଗ୍ରସ୍ତଙ୍କୁ ଡିବିଟି ମାଧ୍ୟମରେ ବା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦିଆଯିବ। ପୁରୀ ଜିଲ୍ଲାରେ ୨ ଲକ୍ଷ ୮୭ ହଜାର ୭୬୨ ପରିବାର ଫୋନି ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଫୋନି ପ୍ରକୋପରେ ପୁରୀ ଜିଲ୍ଲାରେ ୯ ହଜାର ୫୯ ପକ୍କା ଓ କଚ୍ଚା ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥିବା ବେଳେ ପ୍ରାୟ ୧ ଲକ୍ଷରୁ ଅଧିକ ଘର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ସେହିପରି ପ୍ରାୟ ୧ ଲକ୍ଷରୁ ଅଧିକ ପକ୍କା ଘର ଓ ୫୦ ହଜାର କଚ୍ଚା ଘର ଆଶିଂକ ଭାବେ କ୍ଷତିଗ୍ରସ୍ତ ହୋଇଛି।



from Odisha Reporter http://bit.ly/2wNVJ9U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages