ଟ୍ୱିଟ୍ କରି ପ୍ରଶଂସା କଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 28, 2019

ଟ୍ୱିଟ୍ କରି ପ୍ରଶଂସା କଲେ

ଓସାକା (ଜାପାନ): ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ଆଜି ଏକ ସେଲ୍‌ଫି ଟ୍ୱିଟ୍ କରିଛନ୍ତି, ଯେଉଁଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସେ ଅଛନ୍ତି। ଏହି ଫଟୋର କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି “କିତ୍‌ନା ଅଚ୍ଛା ହେ ମୋଦି” (ମୋଦି କେତେ ଭଲ)।

ଜି-୨୦ ଶିଖର ସମ୍ମିଳନୀ ପାଇଁ ଏ ଦୁଇ ନେତା ଏବେ ଜାପାନର ଓସାକାରେ ଅଛନ୍ତି। ଆଜି ସକାଳେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ଦୁଇ ନେତା ବେଶ୍ କିଛି ସମୟ ହସଖୁସିରେ ବିତାଇ ଥିଲେ। ଏହି ସମୟରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସ୍ ତାଙ୍କ ସହିତ ଏକ ସେଲ୍‌ଫି ଉଠାଇଥିଲେ। ପରେ ସେ ଏହାକୁ ଟ୍ୱିଟ୍ କରିଥିଲେ।

ଗତମାସରେ ଦୁଇ ନେତା ପରସ୍ପରକୁ ଫୋନ୍ କରି ପରସ୍ପରର ବିଜୟ ପାଇଁ ଶୁଭେଚ୍ଛା ଜଣାଇଥିଲେ। ମୋଦି ଗତ ମାସରେ ଦ୍ୱିତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ସ୍କଟ୍ ମଧ୍ୟ ଅଷ୍ଟ୍ରେଲିଆ ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।



from Odisha Reporter https://ift.tt/2NokzYQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages