ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍ ରାଉତମୁଣ୍ଡା ଗାଁରେ ବାଣ ଫୁଟି ଭାଇଭଉଣୀ ଗୁରୁତର ଆହତ ହୋଇଛନ୍ତି। ଆହତଦ୍ୱୟ ହେଲେ ମୁନିରାମ ଛତିଆଙ୍କ ଝିଅ କବିତା (୫) ଓ ପୁଅ ଗଣେଶ (୩)। ଉଭୟଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମୁହଁ, ଗୋଡ଼ ଓ ହାତ ପୋଡ଼ି ଯାଇଛି।
ଗତକାଲି ମୁନିରାମ ଛତିଆଙ୍କ ପଡ଼ୋଶୀ ଘର ଝିଅର ବାହାଘର ଥିଲା। ଝିଅ ଘରକୁ ଶୋଭାଯାତ୍ରାରେ ଆସିବା ବେଳେ ବରଯାତ୍ରୀ ଦଳ ବାଣ ଫୁଟାଇ ଥିଲେ। ହେଲେ କିଛି ବାଣ ଫୁଟି ନଥିଲା। ରାସ୍ତାରେ ପଡ଼ିଥିବା ଅଫୁଟା ବାଣକୁ କିଛି ପିଲା ଆଣି ମୁନିରାମଙ୍କ ଘର ପାଖରେ ଫୋପାଡ଼ି ଦେଇଥିଲେ। ସେଠାରେ ମୁନିରାମଙ୍କ ଝିଅ ଓ ପୁଅ ଖେଳୁଥିବା ସମୟରେ କିଛି ବାଣ ଫୁଟି ଯାଇଥିଲା। ଫଳରେ ଦୁହେଁ ଆହତ ହୋଇଥିଲେ।
from Odisha Reporter https://ift.tt/322I5xN
No comments:
Post a Comment