ମୁମ୍ବାଇ: ବଲିଉଡର ରୋମାନ୍ସ କିଙ୍ଗ ଶାହାରୁଖ ଖାନଙ୍କ ଲାଡଲି ସୁହାନା ବଲିଉଡରେ ପାଦ ଥାପିବା ପୂର୍ବରୁ ହିଁ ଲାଇମ୍ଲାଇଟ୍ରେ ରହି ଆସିଛନ୍ତି। ତାଙ୍କର ବହୁ ଫଟୋ ସୋଶାଲ ମିଡିଆରେ ଧୂମ୍ ମଚାଇଥାଏ। କେବେ ପାର୍ଟିରେ ସାଙ୍ଗଙ୍କ ସହ ମସ୍ତି କରୁଥିବାର ଫଟୋ ତ କେତେବେଳେ ଫ୍ୟାମିଲି ସହ ବୁଲୁଥିବାର ଫଟୋ ଆଉ କେତେବେଳେ କଲେଜ ଫଟୋ ଶେଆର କରି ଲାଇମଲାଇଟ୍ରେ ରହି ଆସୁଛନ୍ତି ସୁହାନା। ଏବେ ସେ ପୁଣି ଚର୍ଚ୍ଚାରେ ଥିବା ବେଳେ କାରଣ ରହିଛି ଭିନ୍ନ।
ସୁହାନା ଲଣ୍ଡନର Ardingly Collegeରୁ ନିଜ ଗ୍ରାଜୁଏସନ୍ କମ୍ପ୍ଲିଟ କରି ସାରିଛନ୍ତି। ଏ ବିଷୟରେ ଖୋଦ ସୁହାନାଙ୍କ ପିତା ତଥା ସୁପରଷ୍ଟାର ଶାହାରୁଖ ସୂଚନା ଦେଇଛନ୍ତି। ଝିଅ ସହ ନିଜ ଫଟୋ ଶେଆର କରି ଶାହାରୁଖ ଲେଖିଛନ୍ତି, ସ୍କୁଲ ପାଠପଢା ସରିଗଲେ ମଧ୍ୟ ଜୀବନରେ ପାଠ ପଢା କେବେ ସରିବା ଉଚିତ ନୁହେଁ। ସବୁବେଳେ କିଛି ନା କିଛି ଶିଖିବା ଜରୁରୀ।
ସୁହାନାଙ୍କ ଗ୍ରାଜୁଏସନ ସେରିମନିରେ ତାଙ୍କ ମା’ ଗୌରି ଖାନ ଉପସ୍ଥିତ ଥିଲେ। ଏହି ଉତ୍ସବରେ ସୁହାନାଙ୍କୁ ରସେଲ କପ୍ ସମ୍ମାନରେ ସମ୍ମାନିତ କରାଗଲା। କଲେଜରେ ହୋଇଥିବା ଡ୍ରାମାରେ ଖାସ୍ ଯୋଗଦାନ ଲାଗି ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ଆୱାର୍ଡ ପାଇବା ପରେ ସୁହନାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଛି। ଏଥିଯୋଗୁ ସୁହାନାଙ୍କ ପ୍ୟାରେଣ୍ଟସ୍ଙ୍କ ଖୁସି ମଧ୍ୟ ବନ୍ଧବାଡ଼ ମାନୁନି।
from Odisha Reporter https://ift.tt/2RGmbMe
No comments:
Post a Comment