କଙ୍ଗନାଙ୍କ ଡରରେ ଆଗୁଆ ପୁଲିସ୍‌ ଷ୍ଟେସନରେ ପହଞ୍ଚିଲେ ଆଦିତ୍ୟ ପଞ୍ଚୋଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 1, 2019

କଙ୍ଗନାଙ୍କ ଡରରେ ଆଗୁଆ ପୁଲିସ୍‌ ଷ୍ଟେସନରେ ପହଞ୍ଚିଲେ ଆଦିତ୍ୟ ପଞ୍ଚୋଲି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ଆଦିତ୍ୟ ପଞ୍ଚୋଲିଙ୍କ ମଧ୍ୟରେ ଚାଲିଥିବା ବିବାଦ ଘନେଇବାକୁ ଲାଗିଛି। ନିକଟରେ ଆଦିତ୍ୟ ମୁମ୍ବାଇର ଭର୍ସୋଭା ପୁଲିସ ଷ୍ଟେସନ୍‌ରେ କଙ୍ଗନା ଓ ତାଙ୍କ ଓକିଲ ରିଜୱାନ ସିଦ୍ଦିକିଙ୍କ ବିରୋଧରେ ଅଭିଯୋଗ ଦାଏର କରିଛନ୍ତି। ତାଙ୍କୁ ମିଛ ଦୁଷ୍କର୍ମ ମାମଲାରେ ଫସାଇ ଦିଆଯାଇପାରେ ବୋଲି ତାଙ୍କର ଡର ରହିଥିବା କହି ପଞ୍ଚୋଲି ଏହି ଅଭିଯୋଗ କରିଛନ୍ତି। ତେଣୁ ସେ ସୁରକ୍ଷା ପାଇଁ ଆଗୁଆ ପୁଲିସ ପାଖରେ ପହଞ୍ଚିଥିବା ଆଦିତ୍ୟ କହିଛନ୍ତି।

ଏହାପୂର୍ବରୁ ପଞ୍ଚୋଲି ଅଭିଯୋଗ କରିଥିଲେ ଯେ, କଙ୍ଗନାଙ୍କ ବିରୋଧରେ ସେ କରିଥିବା ମାନହାନି ମକଦ୍ଦମା ଫେରାଇ ନେବା ପାଇଁ ସିଦ୍ଦିକି ତାଙ୍କୁ କହିଥିଲେ। ଯଦି ସେ ଏପରି ନ କରନ୍ତି, ତେବେ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରାଯିବ ବୋଲି ସିଦ୍ଦିକି ତାଙ୍କୁ ଧମକାଇଥିବା ଆଦିତ୍ୟ ଅଭିଯୋଗ କରିଥିଲେ। ନିଜ ମାମଲାକୁ ଅଧିକ ମଜ୍‌ବୁତ କରିବା ପାଇଁ ଆଦିତ୍ୟ ପୁଲିସ୍ ନିକଟରେ ଏକ ଭିଡ଼ିଓ ଦେଖାଇଥିଲେ, ଯେଉଁଥିରେ ସିଦ୍ଦିକି ତାଙ୍କୁ ଧମକାଉଥିବା ଦେଖିବାକୁ ମିଳୁଛି। ତେବେ ଏହି ଭିଡ଼ିଓର ସତ୍ୟତା କେତେ ତାହା ସ୍ପଷ୍ଟ ହୋଇନାହିଁ। ଆଦିତ୍ୟ କରିଥିବା ଅଭିଯୋଗ ଅନୁଯାୟୀ ସିଦ୍ଦିକି, କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି କରିଛନ୍ତି।



from Odisha Reporter http://bit.ly/31242wv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages