କ୍ୟାଟ୍‌ଙ୍କ ଖୁଲାସା: ‘କ୍ୟାରିୟରଠୁ ଅଧିକ ରଣବୀରଙ୍କୁ ଦେଉଥିଲି ଗୁରୁତ୍ୱ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 1, 2019

କ୍ୟାଟ୍‌ଙ୍କ ଖୁଲାସା: ‘କ୍ୟାରିୟରଠୁ ଅଧିକ ରଣବୀରଙ୍କୁ ଦେଉଥିଲି ଗୁରୁତ୍ୱ’

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ତାଙ୍କ ଆଗାମୀ ଫିଲ୍ମ ‘ଭାରତ’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ତେଣୁ ବିଭିନ୍ନ ସାକ୍ଷାତକାରରେ ତାଙ୍କୁ ଦେଖିବାକୁ ମିଳୁଛି। ନିକଟରେ ଏକ ସାକ୍ଷାତକାରରେ କ୍ୟାଟ୍ରିନାଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରୁଥିବାର ଦେଖିବାକୁ ମିଳିଥିଲା। ଏହି ସାକ୍ଷାତକାରରେ ନିଜ ପୂର୍ବ ରିଲେସନ୍‌ସିପ୍‌କୁ ନେଇ କିଛି ଖୁଲାସା କରିଥିଲେ କ୍ୟାଟ୍ରିନା। ରଣବୀର କପୁରଙ୍କୁ ଇସାରା କରି କ୍ୟାଟ୍ରିନା କହିଥିଲେ, ‘ଏମିତି ଏକ ଦିନ ଥିଲା ଯେତେବେଳେ ମୋର ଧ୍ୟାନ କାମ ଉପରେ କମ ଏବଂ ମୋ ରିଲେସନ୍‌ସିପ୍‌ ଉପରେ ଅଧିକ ଥିଲା। ମତେ ଏମିତି କରିବାକୁ ଭଲ ମଧ୍ୟ ଲାଗୁଥିଲା। ଏସବୁ କରିଥିବାରୁ ମୋର କୌଣସି ଅବଶୋଷ ନାହିଁ।’

ବିଏଫ୍‌ଏଫ୍‌ ସିଜନ୍‌-୩କୁ ଦେଇଥିବା ସାକ୍ଷାତକାରରେ କ୍ୟାଟ୍ରିନା ଏସମ୍ପର୍କରେ କରିଛନ୍ତି। ସେ ଆହୁରି କହିଛନ୍ତି ଫିଲ୍ମ ‘ରାଜନୀତି’, ‘ଜିନ୍ଦେଗି ନା ମିଲେଗି ଦୋବାରା’ ଏବଂ ‘ନ୍ୟୁୟୋର୍କ’ରେ ମୁଁ ଭିନ୍ନ ଧରଣର ଅଭିନୟ କରିଛି।  ସେ ସବୁ ଚରିତ୍ର ମତେ ଭଲ ଲାଗିଛି।

ସୂଚନା ଅନୁଯାୟୀ, ରଣବୀର ଏବଂ କ୍ୟାଟ୍ରିନାଙ୍କ ସମ୍ପର୍କ ୨୦୧୬ରେ ଆରମ୍ଭ ହୋଇଥିଲା। ଗୋଟେ ବର୍ଷ ମଧ୍ୟରେ ଏହି ସମ୍ପର୍କର ବିଛିନ୍ନ ହୋଇଯାଇଥିଲା। ଏବଂ ଯାହା ଶୁଣିବାକୁ ମିଳୁଛି କ୍ୟାଟ୍ରିନାଙ୍କ ସହ ସମ୍ପର୍କ ବିଛିନ୍ନ ହେବାପରେ ରଣବୀର ଆଲିଆ ଭଟ୍ଟଙ୍କ ସହ ରିଲେସନ୍‌ସିପ୍‌ରେ ଅଛନ୍ତି। ଆଗାମୀ ବର୍ଷ ସେମାନଙ୍କ ବିବାହ ହେବା କଥା ଶୁଣିବାକୁ ମିଳୁଛି।



from Odisha Reporter http://bit.ly/2EOISIP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages