ସୌମ୍ୟଙ୍କ ପରାମର୍ଶ ନା କ୍ଷୋଭ: ‘ସଂଖ୍ୟାକୁ ନେଇ ଅହଙ୍କାର ନକରୁ ଶାସକ ଦଳ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 27, 2019

ସୌମ୍ୟଙ୍କ ପରାମର୍ଶ ନା କ୍ଷୋଭ: ‘ସଂଖ୍ୟାକୁ ନେଇ ଅହଙ୍କାର ନକରୁ ଶାସକ ଦଳ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ଦଳ ଭିତରେ ନିଜର ସଂଖ୍ୟାକୁ ନେଇ ଅହଙ୍କାର ରହିବା କଥା ନୁହେଁ। ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଆଲୋଚନାରେ ସାମିଲ ହୋଇ ଏହି ମତ ରଖିଛନ୍ତି। ତେବେ ଶ୍ରୀ ପଟ୍ଟନାୟକଙ୍କର ଏହା ଶାସକ ଦଳ ପ୍ରତି ପରାମର୍ଶ ନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ନିଜର କ୍ଷୋଭକୁ ଇସାରା ମାଧ୍ୟମରେ ପରିପ୍ରକାଶ କରିଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଗତକାଲି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆସିଥିବା ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ନିଜର ମତ ରଖି ଶ୍ରୀ ପଟ୍ଟନାୟକ ଓଡ଼ିଶାକୁ ଆଗେଇ ନେବାକୁ ହେଲେ ଅନେକ କିଛି କରିବାର ଆବଶ୍ୟକତା ଥିବା କହିଛନ୍ତି। ସେ କହିଛନ୍ତି, ଏବେବି ରାଜ୍ୟରେ ପ୍ରଶାସନିକ ଅବହେଳା ରହିଛି ବୋଲି ସମସ୍ତଙ୍କୁ ସ୍ୱୀକାର କରିବାକୁ ପଡ଼ିବ। କେବଳ ସହରକୁ ସ୍ମାର୍ଟ କରିଦେଲେ ଚଳିବନି, ଗାଁକୁ ମଧ୍ୟ ସ୍ମାର୍ଟ କରିବାକୁ ପଡ଼ିବ। ଗରିବଙ୍କୁ ଟଙ୍କିକିଆ ଚାଉଳ ମିଳିଗଲା ବୋଲି ଭାବି ଆତ୍ମସନ୍ତୋଷ ପାଇବା କଥା ନୁହେଁ। ସବୁ ବର୍ଗର ବିକାଶ ହେବା ଦରକାର। କୃଷି, କୃଷକ, ସ୍ୱାସ୍ଥ୍ୟ ଓ ଶିକ୍ଷା ଆଦି ସବୁକ୍ଷେତ୍ରରେ ଜନହିତକର ପଦକ୍ଷେପ ନେବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଏହି ଅବସରରେ ସେ ଶାସନ ବ୍ୟବସ୍ଥାର ସରଳୀକରଣ ପାଇଁ ୫ଟି ‘ସ’ର ସୂତ୍ର ମଧ୍ୟ ଦେଇଛନ୍ତି। ତାହା ହେଲା- ସହଯୋଗ, ସ୍ୱଚ୍ଛତା, ଶିଳ୍ପବିଦ୍ୟା(ପ୍ରଯୁକ୍ତବିଦ୍ୟା), ସଂସ୍କାର ଓ ସମୟ। ବିଧାନସଭାକୁ କେବଳ ଆମେ ସମସ୍ତେ ଆଇନ ପ୍ରଣୟନ ପାଇଁ ନୁହେଁ, ବରଂ ଲୋକଙ୍କ ସହ ଯୋଡ଼ି ହେବା ପାଇଁ ଆସିଛେ ବୋଲି ସୌମ୍ୟ କହିଥିଲେ। ଏହାସହିତ ସେ ରାଜ୍ୟ ସରକାରଙ୍କ ଅନେକ ପଦକ୍ଷେପ ଓ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।

ଅନ୍ୟପକ୍ଷରେ ରାଜନୀତିକ ବିଶ୍ଲେଷକଙ୍କ ମତରେ ଆଜି ଗୃହରେ ସୌମ୍ୟଙ୍କ ଭାଷଣ ଅତ୍ୟନ୍ତ ପରିପକ୍ୱ ଓ ବେଶ୍ ଶାଣିତ ରହିଥିଲା। ସୌମ୍ୟ ଗୋଟିଏପଟେ ନିଜ ଦଳର ବିଧାୟକମାନଙ୍କୁ ଅହଙ୍କାରରେ ବୁଡ଼ି ନରହିବା ପାଇଁ ପରାମର୍ଶ ଦେଉଥିବାବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘୫-ଟି’ (ଟିମୱାର୍କ,ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି,ଟ୍ରାନ୍ସଫରମେସନ ଓ ଟାଇମ)ର ବିକଳ୍ପ ଭାବେ ‘୫-ସ’ର ମନ୍ତ୍ର ଦେଇଛନ୍ତି। ୧୯ବର୍ଷ ଧରି ଶାସନ ପରେ ବି ନବୀନ ସରକାର ଆତ୍ମସନ୍ତୋଷରେ ମଜ୍ଜି ରହିବା ଉଚିତ୍ ନୁହେଁ ବୋଲି ଇସାରା ଇସାରାରେ କହିବାକୁ ପଛାଇ ନାହାନ୍ତି।



from Odisha Reporter https://ift.tt/2FA3swU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages