ବସ୍‌ ଓ ଟ୍ରେଲର ମୁହାଁମୁହିଁ ଧକ୍କା; ୪ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 27, 2019

ବସ୍‌ ଓ ଟ୍ରେଲର ମୁହାଁମୁହିଁ ଧକ୍କା; ୪ ମୃତ

ବାରିପଦା(ମାଣିକଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ  ୧୮ ନମ୍ୱର ଜାତୀୟ ରାଜପଥର ଆଗରିଆ ଛକରେ ଗତକାଲି ରାତି ପ୍ରାୟ ୧୧.୩୦ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ସହ ଟ୍ରେଲର ମୁହାଁମୁହିଁ ଧକ୍କା ହେବାରୁ  ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏଥିସହ ୧୦ ଜଣ ଯାତ୍ରୀ ଗୁରୁତର  ହୋଇଛନ୍ତି। ମୃତକଙ୍କ ଭିତରେ ଜଣେ ମହିଳା ଯାତ୍ରୀ ଅଛନ୍ତି। ମୃତକମାନେ ଅଧିକାଂଶ ମୟୂରଭଞ୍ଜ ଜିଲ୍ଲାର ହୋଇଥିବାବେଳେ ସମସ୍ତଙ୍କ ପରିଚୟ ମିଳିପାରି ନାହିଁ। ବସ୍‌ଟି ଭୁବନେଶ୍ୱରରୁ ବାରିପଦା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଆଗରିଆ ପୋଲ  ଉପରେ  ଉଭୟ ପଟୁ ଆସୁଥିବା ବସ୍‌ ଓ ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଟ୍ରେଲରରେ ଥିବା  ଲୁହା ସାମଗ୍ରୀଗୁଡ଼ିକ ବସ୍‌ର  ଡ୍ରାଇଭର ପାର୍ଶ୍ୱରେ ଥିବା ଝରକା ଭିତରକୁ ପଶିଆସିଥିଲା। ଏଥିଯୋଗୁ ଡାହାଣ ପଟରେ ବସିଥିବା ଯାତ୍ରୀମାନଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।

ଖବର ପାଇ ପୁଲିସ୍‌, ଦମକଳ ବାହିନୀ ଓ ସ୍ଥାନୀୟ ଲୋକେ  ବସ୍‌ ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ।  ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର ଓ ହେଲପର୍‌ ଫେରାର୍ ହୋଇଯାଇଛନ୍ତି। ଟ୍ରେଲରକୁ ପୁଲିସ୍‌ ଜବତ କରିଛି।

 



from Odisha Reporter https://ift.tt/2FCW6sB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages