ଲୁଟି ନେଲେ ୭୫ ହଜାର ଟଙ୍କା ଓ ସୁନାଗହଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 25, 2019

ଲୁଟି ନେଲେ ୭୫ ହଜାର ଟଙ୍କା ଓ ସୁନାଗହଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ରାଜଧାନୀ ଭୁବନେଶ୍ୱରରେ ଆତଙ୍କ ଖେଳାଇଛନ୍ତି ଲୁଟେରା। ସ୍କୁଟିରେ ଆସୁଥିବା ବେଳେ ଭାଇଭଉଣୀଙ୍କୁ ଆକ୍ରମଣ କରି ପ୍ରାୟ ୭୫ ହଜାର ଟଙ୍କା ସହ ସୁନାଗହଣା ଲୁଟି ନେଇଛନ୍ତି ଲୁଟେରା। ଗୁରୁତର ଅବସ୍ଥାରେ ଭାଇଭଉଣୀଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଭିଯୋଗ ଅନୁଯାୟୀ, ଆଜି ଭୋର ପ୍ରାୟ ୪ଟା ସମୟରେ ଭାଉଭଉଣୀ ମାଷ୍ଟର କ୍ୟାଣ୍ଟିନ୍ ଅଭିମୁଖେ ଯାଉଥିଲେ। ସେଠାରେ ସେମାନଙ୍କର ଜଣେ ସଂପର୍କୀୟ ସେମାନଙ୍କୁ ଅପେକ୍ଷା କରିଥିଲେ। ତାଙ୍କ ସହିତ ମିଶି ସେମାନେ ଏକ ବିବାହରେ ଯୋଗ ଦେବାକୁ ଯାଇ ଥାଆନ୍ତେ। ତେବେ ନବୀନ ନିବାସରୁ ମାତ୍ର ଶହେ ମିଟର ଦୂର କାର୍ଗିଲ ରୋଡ୍‌ରେ ୩ଜଣ ଲୁଟେରା କଳା ପଲସରରେ ଆସି ସେମାନଙ୍କୁ ଅଟକାଇଥିଲେ। ପରେ ମାରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିଲେ ଏବଂ ଟଙ୍କା ଓ ସୁନା ଲୁଟ୍ କରି ନେଇଥିଲେ। ମହିଳା ଜଣଙ୍କ ଏକ ମୋବାଇଲ୍ ଶୋ’ ରୁମ୍‌ର ମାଲିକାଣୀ ବୋଲି ଜଣାପଡ଼ିଛି।

ଏନେଇ ଏୟାର ଫିଲ୍ଡ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ଲୁଟେରାମାନେ ଶିଶୁପାଳଗଡ଼ ଗାୟତ୍ରୀ ନଗରରେ ବୃଦ୍ଧ ଦମ୍ପତିଙ୍କୁ ଆକ୍ରମଣ କରି ୬ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଓ ନଗଦ କ୍ୟାସ୍ ଲୁଟି ନେଇଥିଲେ।



from Odisha Reporter https://ift.tt/2FxRjJ1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages