ପୁରୀ (ଓଡ଼ିଶା ରିପୋର୍ଟର): ଜ୍ୱରରେ ପୀଡ଼ିତ ଅଛନ୍ତି ଶ୍ରୀଜିଉ। ତେଣୁ ଅଣସର ଘରେ ଚାଲିଛି ଗୁପ୍ତସେବା। ଶ୍ରୀଜିଉଙ୍କ ଅଙ୍ଗରେ ଫୁଲୁରି ତେଲ ଲାଗି ହେବା ପରେ ପୀଡ଼ା ଲାଘବ ହୋଇଛି। ତେବେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ଥିବାରୁ ତାଙ୍କ ପାଇଁ ପ୍ରାଚୀ ନଦୀ ତଟ କାକଟପୁର ଅଞ୍ଚଳରୁ ଫଳଭାର ଆସିଛି। କାକଟପୁର ଅଞ୍ଚଳର ବିଭିନ୍ନ ମଠ ଓ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଫଳଭାର ପଠାଇଛନ୍ତି। ଭକ୍ତ ପଠାଇଥିବା ଖଜୁରୀ, ପଇଡ଼, ଡାଳିମ୍ବ, ଆମ୍ବ, ପଣସ ଓ ପିଜୁଳି ଭଳି ଫଳ ଆହାର କରି ସୁସ୍ଥ ଅନୁଭବ କରିବେ ମହାପ୍ରଭୁ।
ଗତକାଲି ନାମ ସଙ୍କୀର୍ତ୍ତନ ସହ ଏକ ସ୍ୱତନ୍ତ୍ର ଗାଡ଼ିରେ ଏଇ ଭାର ସବୁ ପଠାଯାଇଥିଲା। କାହିଁ କେତେ କାଳରୁ ଚାଲି ଆସିଥିବା ଏଇ ପରମ୍ପରା କିଛି ବର୍ଷ ବନ୍ଦ ରହିବା ପରେ ୨୦୧୦ରୁ ପୁଣି ଆରମ୍ଭ ହୋଇଛି।
from Odisha Reporter https://ift.tt/2X83YNl
No comments:
Post a Comment