ଭୁଲ୍ କରି ଦେଲେ ଧୋନି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 16, 2019

ଭୁଲ୍ କରି ଦେଲେ ଧୋନି!

ନୂଆଦିଲ୍ଲୀ: ମାଞ୍ଚେଷ୍ଟରରେ ଭାରତକୁ ମିଳିଛି ମହାବିଜୟ। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇଛି ଭାରତ। ଏହା ସହିତ ବିଶ୍ୱକପ୍‌ରେ ଭାରତ ୭ ଥର ପାକିସ୍ତାନକୁ ହରାଇଛି, ଯାହା ଏକ ରେକର୍ଡ। କାରଣ ଏଯାବତ୍ ପାକିସ୍ତାନ କୌଣସି ଥର ଭାରତକୁ ବିଶ୍ୱକପ୍‌ରେ ହରାଇ ପାରିନି।

ତେବେ ଗତକାଲି ମ୍ୟାଚ୍ ବେଳେ ୱିକେଟ୍ କିପର ମହେନ୍ଦ୍ର ସିଂହ ଧୋନି ଗୋଟିଏ ଭୁଲ୍ କରି ଦେଇଥିଲେ। କୁହାଯାଏ, ଧୋନି ହେଉଛନ୍ତି ଡିଆର୍‌ଏସ୍‌ ଏକ୍ସପର୍ଟ। କିଛି କ୍ରିକେଟ୍ ବିଶେଷଜ୍ଞ ଡିଆର୍‌ଏସ୍‌କୁ ‘ଡିସିସନ୍ ରିଭ୍ୟୁ ସିଷ୍ଟମ୍’ ବଦଳରେ ‘ଧୋନି ରିଭ୍ୟୁ ସିଷ୍ଟମ୍’ ବୋଲି କହନ୍ତି। କାରଣ ଡିଆର୍‌ଏସ୍‌ ମାମଲାରେ ମାହି ପୂରା ମାହିର। ଏହି ମାମଲାରେ ସେ ଅଧିନାୟକ ବିରାଟ କୋହଲିଙ୍କ ବଡ଼ ଅସ୍ତ୍ର ବୋଲି ମଧ୍ୟ କୁହାଯାଏ। ତେବେ ଗତକାଲି ଧୋନି ପ୍ରଥମ ଥର ପାଇଁ ଡିଆର୍‌ଏସ୍ ମାମଲାରେ ଫେଲ୍ ମାରିଗଲେ।

ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ବାବର ଆଜମ୍ ଓ ଫଖର ଜମାନ୍‌ ଯୋଡ଼ି ଭାରତ ପାଇଁ ଚିନ୍ତାର କାରଣ ହୋଇଯାଇଥିଲେ। କାରଣ ଧୀରେ ଧୀରେ ଏଦୁହେଁ ପିଚ୍‌ରେ ନିଜ ସ୍ଥିତି ଦୃଢ଼ କରିବାକୁ ଲାଗିଥିଲେ। ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ଅଧିନାୟକ ବିରାଟ କୋହଲି ୧୭ତମ ଓଭରରେ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ବଲ୍ ଦେଇଥିଲେ।

୧୯ତମ ଓଭରରେ ଚହଲ ପୁଣି ବୋଲିଂ କରିଥିଲେ। ସେହି ଓଭରର ୫ମ ବଲ୍‌ ବାବର ଆଜମ୍‌ଙ୍କ ପ୍ୟାଡ୍‌ରେ ବାଜିଥିଲା। ଏହା ପରେ ଚହଲ ଏଲ୍‌ବିଡବ୍ଲ୍ୟୁ ଅପିଲ୍ କରିଥିଲେ। କିନ୍ତୁ ଅମ୍ପାୟର ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ। ଏହା ପରେ ଚହଲ ୱିକେଟ୍ କିପର୍ ଧୋନି ଓ ଅଧିନାୟକ ବିରାଟ କୋହଲିଙ୍କ ସହିତ କଥା ହୋଇଥିଲେ। ଧୋନିଙ୍କ ପରାମର୍ଶରେ କୋହଲି ଡିଆର୍‌ଏସ୍ ନେଇ ନଥିଲେ।

ତେବେ ପରେ ରିପ୍ଲେରୁ ଏହା ସ୍ପଷ୍ଟ ହୋଇଥିଲା ଯେ ବଲ୍ ବାବରଙ୍କ ପ୍ୟାଡ୍‌ରେ ହିଁ ବାଜି ଥିଲା ଓ ଏହା ସିଧା ଷ୍ଟମ୍ପକୁ ହିଟ୍ କରୁଥିଲା। ବାବର ସେତେବେଳେ ୩୪ ରନ୍ କରି ଖେଳୁଥିଲେ। ଅବଶ୍ୟ ଏହି ନିଷ୍ପତ୍ତି ଦ୍ୱାରା ଭାରତର କିଛି କ୍ଷତି ହୋଇ ନଥିଲା। କାରଣ ୨୪ତମ ଓଭରରେ ବାବର ଆଜମ ୪୮ ରନ୍ କରି ବୋଲ୍ଡ ହୋଇଯାଇଥିଲେ। ତେବେ ଡିଆର୍‌ଏସ୍ ନେଇଥିଲେ ବାବର ଓ ଫଖରଙ୍କ ମଧ୍ୟରେ ୧୦୪ ରନ୍‌ର ପାର୍ଟନରସିପ୍ ହୋଇ ନଥାଆନ୍ତା।



from Odisha Reporter http://bit.ly/2ZvphFr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages