ପୁରୀ(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଅନ୍ୟାନ୍ୟ ରୀତିନୀତି ପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଗଜାନନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ।
ମଙ୍ଗଳଆଳତି ପରେ ପ୍ରଥମେ ଧାଡ଼ି ପହଣ୍ଡିରେ ବିଜେ କରିଥିଲେ ମହାପ୍ରଭୁ ବଳଭଦ୍ର ଓ ଚକ୍ରରାଜ ସୁଦର୍ଶନ। ପରେ ଧାଡ଼ି ପହଣ୍ଡିରେ ବିଜେ କରିଥିଲେ ମହାପ୍ରଭୁ ବଳଭଦ୍ର ଓ ଚକ୍ରରାଜ ସୁଦର୍ଶନ।
ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମଇଲମ, ତଡ଼ପଲାଗି ଓ ଅଧରପୋଛା ନୀତି ହେବ। ଏହା ସରିବା ପରେ ୧୦୮ ଗରା ସୁବାସିତ ଜଳରେ ପ୍ରତ୍ୟକ୍ଷସ୍ନାନ କରିବେ ମହାବାହୁ। ଏହାପରେ ଗଜପତି ମହାରାଜାଙ୍କ ଦ୍ୱାରା ଅନୁଷ୍ଠିତ ହେବ ଛେରାପହଁରା। ଅନ୍ୟାନ୍ୟ ପୂଜାନୀତି ସରିବା ପରେ ଠାକୁରମାନଙ୍କୁ ଗଜାନନବେଶରେ ସଜ୍ଜିତ କରାଯିବ।
ଗଜାନନବେଶକୁ ଅତିନିକଟରୁ ଦର୍ଶନ କରିପାରିବେ ଭକ୍ତ। ଭକ୍ତମାନେ ଶ୍ରୀମନ୍ଦିର କୀର୍ତ୍ତନ ଚକଡ଼ା ଓ ଘୋଡ଼ା ଦ୍ୱାର ଦେଇ ସ୍ନାନମଣ୍ଡପକୁ ଆସିବେ ଓ ତୃତୀୟ ଦ୍ୱାର ଦେଇ ପ୍ରସ୍ଥାନ କରିବେ।
from Odisha Reporter http://bit.ly/2KpC4Wu
No comments:
Post a Comment