ଏକାଧିକ ସେବାୟତଙ୍କୁ ନୋଟିସ୍ ପଠାଇଲା ଶ୍ରୀମନ୍ଦିର ପ୍ରଶାସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 23, 2019

ଏକାଧିକ ସେବାୟତଙ୍କୁ ନୋଟିସ୍ ପଠାଇଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ (ମଧୁସୂଦନ ମିଶ୍ର): ଶ୍ରୀଜିଉଙ୍କ ସ୍ନାନଯାତ୍ରାରେ ବ୍ୟବସ୍ଥାବଳୀ ଉଲ୍ଲଂଘନ ଅଭିଯୋଗରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକାଧିକ ସେବାୟତଙ୍କୁ ନୋଟିସ୍‌ ଜାରି କରାଯାଇଛି। ସିସିଟିଭି ଫୁଟେଜ୍ ଆଧାରରେ ଏହି ନୋଟିସ୍ ଜାରି କରାଯାଇଛି। ଏହାସହ ସ୍ନାନମଣ୍ଡପକୁ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ନେଇ ଯାଇଥିବା ସେବାୟତଙ୍କୁ ମଧ୍ୟ ନୋଟିସ୍ ପଠା ଯାଇଛି।

ଅନ୍ୟପକ୍ଷରେ ସ୍ନାନମଣ୍ଡପକୁ ଯିବା କଥା ନେଇ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି,“ଏହା ଫାଲତୁ କଥା। ମୁଁ ସବୁବର୍ଷ ସ୍ନାନଯାତ୍ରାକୁ ଯାଏ। ପ୍ରତିଦିନ ଶ୍ରୀଜିଉଙ୍କୁ ଦର୍ଶନ କରେ। ଏଥର ସ୍ନାନଯାତ୍ରାରେ ମୁଁ ଦିଅଁକୁ ଯାଇ ମୁଣ୍ଡିଆ ମାରିଲି, ମୁଁ କ’ଣ ଦିଅଁକୁ ଛୁଇଁଛି ନା, ଦିଅଁଙ୍କ ପାଖକୁ ଯାଇଛି। ମୁଁ ପାହାଚରେ ମୁଣ୍ଡିଆ ମାରିକି ଆସିଛି।”

ସେ ଆହୁରି କହିଛନ୍ତି,“ଯଦି ସ୍ନାନ ବେଦୀକୁ ଯିବା ମନା, ତା’ହେଲେ ମନ୍ଦିର ପ୍ରଶାସନ ଓ ସେବାୟତ ମତେ ମନା କରିପାରିଥାନ୍ତେ। ଆମେ ଅଜ୍ଞାତ ଲୋକ, କେମିତି ଜାଣିବୁ । ଆମେ କ’ଣ ଭଗବାନ।”



from Odisha Reporter http://bit.ly/2KxXuRh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages