ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ୩ରେ ନାମଲେଖା ପାଇଁ ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଦିନ ୧୧ଟାରୁ ଛାତ୍ରଛାତ୍ରୀମାନେ www.samsodisha.gov.in ୱେବସାଇଟ୍ରେ ଆବେଦନ କରି ପାରିବେ। ଜୁଲାଇ ୮ ତାରିଖ ରାତି ୧୧ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।
ଜୁଲାଇ ୧୮ ତାରିଖରେ ପ୍ରଥମ କଟ୍ଅଫ୍ ମାର୍କ ତାଲିକା ବାହାରିବ। ପ୍ରଥମ ମେରିଟ୍ ଲିଷ୍ଟରେ ଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୧୯ରୁ ୨୩ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ।
ଦ୍ୱିତୀୟ କଟ୍ଅଫ୍ ମାର୍କ ଅଗଷ୍ଟ ୫ ତାରିଖରେ ବାହାରିବ। ସିଟ୍ ବଳି ପଡ଼ିଲେ ସ୍ପଟ୍ ଆଡ୍ମିସନ୍ ହେବ। ଅଗଷ୍ଟ ୨୪ତାରିଖରୁ ପାଠପଢ଼ା ଆରମ୍ଭ ହେବ।
from Odisha Reporter http://bit.ly/2IDtK3g
No comments:
Post a Comment