ନୂଆଦିଲ୍ଲୀ: ରାଜ୍ୟସଭାରେ ବିଲ୍ ପାସ୍ କରିବା ପାଇଁ ବିଜେପି ଏବେ ଅନ୍ୟ ଦଳରୁ ନେତା ଆମଦାନୀ କରିବା ଉପରେ ଜୋର ଦେଇଛି। ନିକଟରେ ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ ପାର୍ଟିର ୪ ରାଜ୍ୟସଭା ସାଂସଦ ବିଜେପିରେ ସାମିଲ୍ ହୋଇଥିଲେ। ସେହିପରି ଗତକାଲି ଇଣ୍ଡିଆନ୍ ନ୍ୟାଶନାଲ ଲୋକ ଦଳର ଜଣେ ରାଜ୍ୟସଭା ସାଂସଦ ବିଜେପିରେ ସାମିଲ ହୋଇଛନ୍ତି।
ଏବେ ବିଜେପି ପାଖରେ ମୋଟ ୭୫ ଜଣ ରାଜ୍ୟସଭା ସାଂସଦ ରହିଛନ୍ତି। ଏନଡିଏ ସହଯୋଗୀଙ୍କୁ ମିଶାଇଲେ ଏହି ସଂଖ୍ୟା ୧୧୦ ହେବ। ଗୃହରେ ବିଲ୍ ପାସ କରାଇବା ପାଇଁ ମ୍ୟାଜିକ ନମ୍ୱର ହେଉଛି ୧୧୯। ଅର୍ଥାତ୍ ଏବେ ବି ଆଉ ୯ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ। ତେଣୁ ଏବେ ଏନଡିଏ ବାହାର ବିଜୁ ଜନତା ଦଳର ୫ ରାଜ୍ୟସଭା ସାଂସଦ, ଟିଆରଏସର ୬ ଏବଂ ଓ୍ୱାଇଏସଆର କଂଗ୍ରେସର ୨ ଏବଂ ନାଗାଲ୍ୟାଣ୍ଡର ନାଗା ପିପୁଲ୍ସ ଫ୍ରଣ୍ଟର ଜଣେ ସାଂସଦଙ୍କ ଉପରେ ନଜର ରଖିଛି ବିଜେପି। ଏହି ୫ଟି ଏନଡିଏ ବାହାର ଦଳକୁ ମିଶାଇଲେ ମୋଟ ୧୪ ଜଣ ସାଂସଦ ରହିଛନ୍ତି। ଯଦି ଏମାନେ ବିଜେପିକୁ ସମର୍ଥନ କରନ୍ତି ତାହେଲେ ସମର୍ଥକଙ୍କ ସଂଖ୍ୟା ୧୨୪ରେ ଆସି ପହଞ୍ଚିବ।
ରାଜ୍ୟସଭାରେ ବହୁମତ ନଥିବାରୁ ଗତଥର ଅନେକ ବିଲ୍ ପାରିତ କରିପାରିନଥିଲା ବିଜେପି। ଏଥର କିନ୍ତୁ ରାଜ୍ୟଗୁଡ଼ିକରେ ବିଜେପିର ବିରୋଧୀ ହୋଇଥିଲେ ମଧ୍ୟ ଏସବୁ ଦଳଙ୍କୁ କଳେବଳେ କୌଶଳେ ସଂସଦରେ ବିଜେପି ନିଜ ଆଡ଼କୁ ଟାଣିବା ପାଇଁ ପ୍ରୟାସ ଜାରି ରଖିଛି।
from Odisha Reporter https://ift.tt/2ZNRqri
No comments:
Post a Comment