ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଲୁଟ୍ କରିବାକୁ ଯାଇ ଜଣେ ଲୁଟେରାର ମୃତ୍ୟୁ ଘଟିଥିବା ବେଳେ ଆଉ ତିନି ଜଣ ଆହତ ହୋଇଛନ୍ତି। ଏହି ଘଟଣାଟି ଘଟିଛି ରାଉରକେଲାର ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ବାଗଡ଼େଗା ଘାଟିରେ। ରାଉରକେଲା ସରକାରୀ ହସ୍ପିଟାଲରେ ଆହତମାନଙ୍କ ଚିକିତ୍ସା କରାଯାଇଥିବା ବେଳେ ପୁଲିସ୍ ସେମାନଙ୍କୁ ଗିରଫ କରିଛି।
ପୂରା ଘଟଣାଟି ଏମିତି। ଗତକାଲି ରାତିରେ ଏକ ଲୁହା ବୋଝେଇ ଟ୍ରକ୍ ‘ଜୟ ଵାଲାଜୀ ସ୍ପଞ୍ଜ ଆଇରନ୍’ କାରଖାନାରୁ ସ୍ପଞ୍ଜ ଆଇରନ୍ ଲୋଡ୍ କରି ଦିଲ୍ଲୀର ଗାଜିଆବାଦ ଅଭିମୁଖେ ଯାଉଥିଲା। ଏହି ସମୟରେ ବାଗଡ଼େଗା ଘାଟିରେ ୬ ଜଣ ଲୁଟେରା ଲୁଟ୍ କରିବାକୁ ଟ୍ରକ୍ଟିକୁ ଅଟକାଇଥିଲେ। ତେବେ ଲୁଟେରାମାନଙ୍କୁ ଦେଖି ଡରିଯାଇଥିବା ଡ୍ରାଇଭର ଟ୍ରକ୍କୁ ଅଟକାଇ ନଥିଲେ। ଫଳରେ ଜଣେ ଲୁଟେରା ଟ୍ରକ୍ ତଳେ ଚାପି ହୋଇଯାଇଥିଲା। ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ଅନ୍ୟ ତିନି ଜଣ ଟ୍ରକ୍ ଧକ୍କାରେ ଆହତ ହୋଇଥିଲେ।
ଏହି ମାମଲାର ତଦନ୍ତ କରି ପୁଲିସ୍ ଆହତ ୩ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ତିନୋଟି ବାଇକ୍ ଜବତ କରିଛି। ଅନ୍ୟ ଦୁଇ ଜଣ ଲୁଟେରା ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ପୁଲିସ୍ ଧରିବାକୁ ପ୍ରୟାସ ଜାରି ରଖିଛି।
from Odisha Reporter http://bit.ly/2ESLIwl
No comments:
Post a Comment